ETV Bharat / city

ଜେଲରେ ଆସିବ ସଂସ୍କାର, ସ୍ବାବଲମ୍ବୀ ହେବେ କଏଦୀ !

author img

By

Published : Aug 21, 2019, 9:28 PM IST

ଜେଲ ଏଡ଼ିଜି ଭାବେ ନୂଆକରି ଦାୟିତ୍ବ ନେଇଛନ୍ତି ସତ୍ୟଜିତ ମହାନ୍ତି । ରାଜ୍ୟରେ ଥିବା ସମସ୍ତ କାରାଗାରରେ ସଂସ୍କାର ମୂଳକ ପଦକ୍ଷେପ ନିଆଯିବ । କଏଦୀମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜେଲ ମଧ୍ୟରେ ବିଭିନ୍ନ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ସୁରକ୍ଷା ବ୍ୟବସ୍ଥା ପାଇଁ ନୂଆ ଜ୍ଞାନକୌଶଳ ବ୍ୟବହାର କରାଯିବ ବୋଲି କହିଛନ୍ତି ସତ୍ୟଜିତ ମହାନ୍ତି ।

ଫାଇଲ ଫଟୋ

ଭୁବନେଶ୍ବର: ରାଜ୍ୟରେ ଥିବା ସମସ୍ତ କାରାଗାରକୁ ସଂସ୍କାରିତ କରାଯିବ । ବିଭିନ୍ନ ଜେଲରେ ଥିବା 19 ହଜାର କଏଦୀଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ । ଯାହା ଫଳରେ ସେମାନେ ସ୍ବାବଲମ୍ବୀ ହେବା ସହ ଜେଲରୁ ମୁକୁଳିବା ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ନୂଆକରି ଦାୟିତ୍ବ ନେଇଥିବା ଜେଲ ଏଡ଼ିଜି ସତ୍ୟଜିତ ମହାନ୍ତି ପ୍ରକାଶ କରିଛନ୍ତି ।

ଭିଡ଼ିଓ ସୌଜନ୍ୟ ସମ୍ବାଦଦାତା, ଭୁବନେଶ୍ବର

ଜେଲରେ ରହୁଥିବା କଏଦୀମାନଙ୍କ ପାଇଁ ଉତ୍ତମ ଏବଂ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଇ ଦେବା ପାଇଁ ପ୍ରୟାସ ରହିବ । ସେହିପରି ଅଧିକାଂଶ କାରାଗାରରେ ନୂଆ ଜ୍ଞାନକୌଶଳ ବିନିଯୋଗ କରାଯିବ । ଯେପରି ଭିଡ଼ିଓ କନଫରେନ୍ସି ମାଧ୍ୟମରେ କଏଦୀ ମାନଙ୍କର ବୟାନ ନିଆଯିବ । ସେମାନେ ଜେଲରୁ କୋର୍ଟକୁ ଆସିବାକୁ ପଡ଼ିବ ନାହିଁ ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି ହେବ ନାହିଁ । 60ରୁ ଅଧିକ ଜେଲରେ ଏହି ବ୍ୟବସ୍ଥା ଲାଗୁ କରାଯିବା ପାଇଁ ଯୋଜନା ରହିଥିବାବେଳେ 48 କାରାଗାରରେ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଏଡ଼ିଜି ।

ଏହାସହ ଜେଲରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବ । ଅପରାଧି ମାନଙ୍କର ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ନୂଆ ଟେକନୋଲୋଜି ବ୍ୟବହାର କରାଯିବ । ଜେଲ ମଧ୍ୟରେ କଏଦୀ ମାନଙ୍କ ପାଇଁ ବିଭିନ୍ନ ନିଯୁକ୍ତି ସୃଷ୍ଟି ହେବ । ଫଳରେ ସେମାନେ ଦକ୍ଷତା ହାସଲ କରିପାରିବେ । ନୂଆକରି ଦାୟିତ୍ବ ନେଲା ପରେ ଜେଲ କ୍ଷେତ୍ରରେ ଏହିପରି ସଂସ୍କାର ମୂଳକ ପଦକ୍ଷେପ ଆରମ୍ଭ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସତ୍ୟଜିତ ମହାନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ସଂସ୍କାରିତ ହେବ କାରାଗାର, ଏଡିଜି ସତ୍ୟଜିତ ମହାନ୍ତି

ରାଜ୍ୟରେ କାରାଗାର ଗୁଡିକରେ ସଂସ୍କାର ଆଣିବା ପାଇଁ ପ୍ରୟାସ କରାଯିବ। କଏଦୀ ମାନଙ୍କ ଉପରେ ନଜର ରହିବ। କଏଦୀ ମାନଙ୍କୁ କିଭଳି ଭାବରେ ଜେଲ ଭିତରେ ସ୍ୱଭାବଲମ୍ବୀ ହୋଇପାରିବେ ସେନେଇ ପଦକ୍ଷପ ନିଆଯିବ। କାରାଗାର ଏଡିଜି ସତ୍ୟଜିତ ମହାନ୍ତି କହିଛନ୍ତି।




Body:

ରାଜ୍ୟରେ ୧୯ ହଜାର ରୁ ଅଧିକ କଏଦୀ ରହିଛନ୍ତି 60 ରୁ ଅଧିକ କାରାଗାର ରେ। ରାଜ୍ୟରେ ବିଭିନ୍ନ ଜେଲରେ କିଭଳି କଏଦୀ ମାନେ ରହୁଛନ୍ତି ସେମାନଙ୍କ ଖାଦ୍ୟ ପ୍ରଦାର୍ଥ କିପରି । ଜେଲ ର ଅବସ୍ଥା କିପରି ରହିଛି ସେ ନେଇ ସମୀକ୍ଷା କରାଯିବ। ଓପନ ଏଆର ଜେଲ ଗୁଡିକରେ ରହୁଥିବା କଏଦୀ ମାନେ କିପରି ଭାବରେ ନିଜେ ସ୍ୱଭାବଲମ୍ବୀ ହୋଇପାରିବେ ସେନେଇ ଦୃଷ୍ଟି ଦିଆଯିବ। କଏଦୀ ମାନଙ୍କ ସୁଧାର ଆଣିବା ପାଇଁ ସେମାନଙ୍କୁ ଜେଲ ଭିତରେ କାମ କରୁରହିବା କଏଦୀ ମାନେ ନିଜର ପରିଶ୍ରମ ଦିଆଯିବ। ଯାହା ଫଳରେ ଜେଲ ରୁ ବାହାରିଲା ପରେ ସେମାନେ ନିଜକୁ ସୁଧାର ଆଣିପାରିବେ ଓ ସମାଜରେ ଉଚିତ ନାଗରିକ ଭାବରେ ବଂଚିପରିବେ।
ରାଜ୍ୟରେ 60 ରୁ ଅଧିକ ଜେଲରେ ଭିଡ଼ିଓ କନଫ୍ରରନେସ କରାଯିବ। ବର୍ଥମାନ ଅନେକ ଜେଲରେ ଏପରି ସୁବିଧା କରାଯାଇନାହିଁ। ଆଉ 48 ଟି ଜେଲରେ ଭିଡ଼ିଓ କନଫ୍ରରନେସ କରାଯିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏହି ଭିଡ଼ିଓ କନଫ୍ରରନେସ ର ଜଡିତ କମ୍ପାନୀ ଗୁଡିକ ହେଉଛନ୍ତି ବିଏସେନାଲ, ଓକାକ । ରାଜ୍ୟରେ ବିଭିନ୍ନ ଜେଲ ଗୁଡିକରେ ଟେକ୍ନୋଲୋଜି ଆବଶ୍ୟକତା ରହିଛି। ଯାହା ରାଜ୍ୟରେ କାମ ମାତ୍ର ରେ ଦେଖିବାକୁ ମିଳୁଛି। ଏହା ଦ୍ୱାରା ଅପରାଧିମାନେ ଜେଲ ରୁ କୋର୍ଟ କୁ ଆସିବାକୁ ପଡିବ ନାହିଁ କି ଆର୍ଥିକ ସ୍ଥିତି ବେସି ହେବନାହିଁ। ଯାହା ଦ୍ୱାରା ବେଳେ ବେଳେ କଏଦୀ ମାନେ ଖସିଯିବାର ନଜରକୁ ଆସିଛି। ଏହାକୁ ଗୁରତର ସହ କାର୍ଯ୍ୟ କରାଯିବ।
ଜେଲରେ ସମସ୍ତ ସମସ୍ୟା କୁ କିପରି ସମାଧାନ କରାଜିପରିବ ସେନେଇ ପ୍ରାଥମିକତା ଭାବରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜେଲ ଏଡିଜି ସତ୍ୟଜିତ ମହାନ୍ତି କହିଛନ୍ତି।





Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.