ETV Bharat / city

କାଳିଆ ଟଙ୍କା ଫେରାଅ, ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ନୋଟିସ

author img

By

Published : Jul 24, 2020, 3:03 PM IST

କାଳିଆ ଟଙ୍କା ନେଇଥିବା ଅଯୋଗ୍ୟ ହିତାଧିତାରୀ ତୁରନ୍ତ ଟଙ୍କା ଫେସନ୍ତ କର । ଏ ନେଇ ଅନୁରୋଧ କରି ନୋଟିସ ପଠେଇଛନ୍ତି ସରକାର । ଅଧିକ ପଢନ୍ତୁ..

କାଳିଆ  ଟଙ୍କା ଫେରାଇବାକୁ ଅଯୋଗ୍ୟ ହିତାଧିକାରୀଙ୍କୁ ଅନୁରୋଧ
କାଳିଆ ଟଙ୍କା ଫେରାଇବାକୁ ଅଯୋଗ୍ୟ ହିତାଧିକାରୀଙ୍କୁ ଅନୁରୋଧ

ଭୁବନେଶ୍ବର: ଅଯୋଗ୍ୟ ହିତାଧିକାରୀ ତୁରନ୍ତ କାଳିଆ ଟଙ୍କା ଫେରାଅ । ଏନେଇ ବିଧାନସଭାରେ ମଧ୍ୟ କୁହାଯାଇଛି । ତେବେ ଅନେକ ଜଣ ଟଙ୍କା ଫେରାଇଥିବା ବେଳେ ବହୁତ ଏବେ ସୁଦ୍ଧା ଟଙ୍କା ଦେଇନାହାନ୍ତି । ଏଥିଲାଗି ଟଙ୍କା ରିଫଣ୍ଡ ପାଇଁ ନୋଟିସ ଦେଇଛନ୍ତି ସରକାର ।

କାଳିଆ ଟଙ୍କାରେ ଟଙ୍କା ନେଇଥିବା ହିତାଧିକାରୀଙ୍କ ମଧ୍ୟରୁ ଅନେକ ନିଜ ଆଡୁ ଅଯୋଗ୍ୟ ଘୋଷଣା କରିଥିଲେ । ଗତ ବର୍ଷ ୫୧ ଲକ୍ଷ କାଳିଆ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୨ ପ୍ରତିଶତଙ୍କୁ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରାଯାଇଛି । 98 ପ୍ରତିଶତ ଲୋକ ଯୋଗ୍ୟ ଅଛନ୍ତି ବୋଲି କହିଛନ୍ତି କୃଷି ସଚିବ ସୌରଭ ଗର୍ଗ । ତେବେ ଯେଉଁ ମାନେ ଏଜାବତ୍ ଟଙ୍କା ଫେରେଇନାହାନ୍ତି ସେମାନେ ତୁରନ୍ତ ଟଙ୍କା ଫେରେଇବାକୁ ପୁଣି ଥରେ ଅନୁରୋଧ ପତ୍ର ପଠାଯାଇଛି ।

କାଳିଆ ଟଙ୍କା ଫେରାଅ , ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ନୋଟିସ

ପ୍ରକାଶ ଯେ, କାଳିଆ ଲିଷ୍ଟର ପ୍ରାୟ ସମସ୍ତ ଜିଲ୍ଲା ରେ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.