ETV Bharat / city

ଲାଞ୍ଚ କାରବାର ମାମଲା: ଗିରଫ ହେଲେ ଚର୍ଚ୍ଚିତ ମିଶ୍ର

author img

By

Published : Aug 6, 2022, 8:00 AM IST

Updated : Aug 6, 2022, 9:24 AM IST

୨୫ ଲକ୍ଷ ଲାଞ୍ଚ କାରବାର ମାମଲା । ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ର । ଅଧିକ ପଢନ୍ତୁ

ରାତି ତମାମ ଜେରା ହେଲେ ମହିମା ମିଶ୍ର, ସିବିଆଇରେ ସରେଣ୍ଡର କରିବେ ସାନ ପୁଅ
ରାତି ତମାମ ଜେରା ହେଲେ ମହିମା ମିଶ୍ର, ସିବିଆଇରେ ସରେଣ୍ଡର କରିବେ ସାନ ପୁଅ

ଭୁବନେଶ୍ବର: ଗିରଫ ହେଲେ ଶିଳ୍ପପତି ମହିମା ମିଶ୍ର(Industrialist Mahima Mishra)ଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ର । ଲାଞ୍ଚ କାରବାର ମାମଲାରେ ଅଭିଯୁକ୍ତ ତାଲିକାରେ ଥିବା ଚର୍ଚ୍ଚିତ ଆଜି ଗିରଫ ହୋଇଛନ୍ତି । ଏହାପୂର୍ବରୁ ସେ ଆଜି ଭୋର୍ ସମୟରେ ସିବିଆଇ(CBI) ଅଫିସରେ ଆତ୍ମସମର୍ପଣ କରିଥିଲେ । ଚର୍ଚ୍ଚିତ ମିଶ୍ରଙ୍କ ଗିରଫଦାରୀ ପରେ ଲାଞ୍ଚ କାରବାର ମାମଲାରେ ମୋଟ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସେପଟେ ଶୁକ୍ରବାର ରାତି ତମାମ୍ ମହିମା ମିଶ୍ର ଓ ତାଙ୍କ ବଡପୁଅ ଚନ୍ଦନ ମିଶ୍ରଙ୍କୁ ଜେରା କରିଛି ସିବିଆଇ । ଫଳରେ ଏହି ବାପପୁଅଙ୍କୁ ସାରା ରାତି ଭୁବନେଶ୍ବର ସ୍ଥିତ ସିବିଆଇ ଅଫିସରେ କାଟିବାକୁ ପଡିଛି । ଏପରିକି ଏଠାରେ ରହିବା ପାଇଁ ସେମାନଙ୍କ ଲାଗି ରାତିରେ ଗଦି ତକିଆ ଆସିଥିବା ଜଣାପଡିଛି ।

CBIରେ ଆତ୍ମସମର୍ପଣ କଲେ ସାନପୁଅ

ଏହାମଧ୍ୟ ପଢନ୍ତୁ:ବେଆଇନ ୨୫ ଲକ୍ଷ ଲାଞ୍ଚ କାରବାର ମାମଲା: ୪ଗିରଫ, ୩ ଜଣଙ୍କୁ ରିମାଣ୍ଡରେ ନେଲା CBI

କୋଲପ୍ଲଟ ୨୫ ଲକ୍ଷ ଲାଞ୍ଚ କାରବାର ମାମଲାରେ ସିବିଆଇ ଏହି ଶିଳ୍ପପତି ଏବଂ ତାଙ୍କୁ ପୁଅଙ୍କୁ ପଚରାଉଚରା କରୁଛି । ସିବିଆଇ ଜେରାକୁ ନେଇ ମହିମା ମିଶ୍ରଙ୍କ ଓକିଲ ଜୟଦୀପ ପାଲ କହିଛନ୍ତି, ''ମହିମା ମିଶ୍ର ସିବିଆଇକୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବେ । CBI ଯେତେବେଳେ ଡାକିବ ସେତେବେଳେ ସେ ହାଜର ହେବେ ।'' କହିରଖୁଛୁ କି, କୋଲପ୍ଲଟ ଲାଞ୍ଚ କାରବାର ମାମଲାରେ ସିବିଆଇ ଗତକାଲି(ଶୁକ୍ରବାର) ୪ ଜଣଙ୍କୁ ଗିରଫ କରି ରିମାଣ୍ଡରେ ନେଇଥିଲା । ଏହାସହିତ ଏହି ମାମଲାରେ ୮୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 6, 2022, 9:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.