ETV Bharat / city

Panchayat Poll: ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବ: ସୁର

author img

By

Published : Feb 24, 2022, 10:28 PM IST

କଂଗ୍ରେସର ବଳ ବଢୁଛି । ପଞ୍ଚାୟତ ନିର୍ବାଚନରେ ଦଳ ଦ୍ଵିତୀୟ ସ୍ଥାନକୁ ଉଠିବ । 230 ରୁ ଅଧିକ ଜିଲ୍ଲା ପରିଷଦ ଜୋନ ଦଖଲ କରିବ ଦଳ । ଆଉ ତୃତୀୟ ସ୍ଥାନକୁ ଖସିବ ବିଜେପି । ଏଭଳି କିଛି ଆକଳନ କରିଛନ୍ତି ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ଅଧିକ ପଢନ୍ତୁ

ସୁର
ସୁର

ଭୁବନେଶ୍ବର: କଂଗ୍ରେସର ବଳ ବଢୁଛି । ପଞ୍ଚାୟତ ନିର୍ବାଚନରେ ଦଳ ଦ୍ଵିତୀୟ ସ୍ଥାନକୁ ଉଠିବ । 230 ରୁ ଅଧିକ ଜିଲ୍ଲା ପରିଷଦ ଜୋନ ଦଖଲ କରିବ ଦଳ । ଆଉ ତୃତୀୟ ସ୍ଥାନକୁ ଖସିବ ବିଜେପି । ଏଭଳି କିଛି ଆକଳନ କରିଛନ୍ତି ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।

ବିଜେପି ପକ୍ଷରୁ କରାଯାଇଥିବା ଆକଳନକୁ ଉପହାସ କରିଛନ୍ତି ସୁରେଶ । ବିଜେପି ଚଳିତ ପଞ୍ଚାୟତ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସିବ । ବିଜେଡି ନମ୍ବର - 1 ଓ କଂଗ୍ରେସ 2 ନମ୍ବରକୁ ଆସିବ । ରାଜ୍ୟରେ କଂଗ୍ରେସ 235 ରୁ 240 ଜିଲ୍ଲା ପରିଷଦ ଜୋନରେ ଜିତିବ । ଫଳାଫଳ ବାହାରିବା ପରେ ବିଜେପି ତାର ଷ୍ଟାମିନା ଓ ସଂଗଠନ ଜଣାପଡିବ । ଦରଦାମ ବୃଦ୍ଧି ଯୋଗୁଁ ଲୋକ ବିଜେପି ପ୍ରତି ବିମୁଖ ହେଉଛନ୍ତି ବୋଲି ସୁର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.