ETV Bharat / city

ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ପ୍ରସଙ୍ଗ: ନାଁ ଲେଖାଇଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

author img

By

Published : Apr 30, 2022, 3:41 PM IST

ବିଭିନ୍ନ କଲେଜରୁ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ହେବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ନାଁ ଲେଖାଇଥିବା ଛାତ୍ରଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ପ୍ରସଙ୍ଗ;ନାଁ ଲେଖାଇଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ମନ୍ତ୍ରୀ
ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ପ୍ରସଙ୍ଗ;ନାଁ ଲେଖାଇଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ କଲେଜରୁ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ହେବା ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ନାଁ ଲେଖାଇ ଥିବା ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।

ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ପ୍ରସଙ୍ଗ;ନାଁ ଲେଖାଇଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ମନ୍ତ୍ରୀ

ଯେଉଁମାନେ ଜାଲ୍‌ ସାର୍ଟିଫିକେଟ ଦେଇଛନ୍ତି । ସେମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ସୂଚନା ଅନୁଯାୟୀ, ରାଜ୍ୟରେ 4 ମାସ ଭିତରେ 42 ଜଣ ଛାତ୍ରଛାତ୍ରୀ ଜାଲ ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇ ନାମ ଲେଖାଇଥିଲେ। ଭଦ୍ରକ କଲେଜରୁ ସର୍ବାଧିକ 28 ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ଭୁବନେଶ୍ବର ବିଜେବି କଲେଜରୁ 8 ଜଣ ଓ ରାଜଧାନୀ କଲେଜରୁ 6 ଜଣ ଛାତ୍ରଛାତ୍ରୀ ଜାଲ ଭିନ୍ନକ୍ଷମ ପ୍ରମାଣ ପତ୍ର ଦେଇ ନାମ ଲେଖାଇଥିବା ନେଇ ଚିହ୍ନଟ ହୋଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.