ETV Bharat / city

ଆହୁରି ବଢ଼ିବ ତାତି, ସତର୍କ କରାଇଲା ପାଣିପାଗ କେନ୍ଦ୍ର

author img

By

Published : Apr 25, 2022, 6:49 PM IST

ରାଜ୍ୟରେ ପୁଣି ତାତି ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଅଧିକ ପଢ଼ନ୍ତୁ

ଆହୁରି ବଢ଼ିବ ତାତି, ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ପାଣିପାଗ କେନ୍ଦ୍ର
ଆହୁରି ବଢ଼ିବ ତାତି, ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା । ଲଗାତାର କିଛି ଦିନ ଧରି ପାରଦ ତଳକୁ ଖସିବାର ନାଁ ଧରୁନି । ଅସହ୍ୟ ଗରମରେ ମୁହଁ ହାତ ପୋଡ଼ି ଯାଉଛି । ଘରେ, ବାହାରେ, ବଜାର, ହାଟ ସବୁଠି ତାତିରେ କଲବଲ ହେଉଛନ୍ତି ଲୋକେ । ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ସେପଟେ ରାଜ୍ୟରେ ପୁଣି ତାତି ବଢ଼ିବା ନେଇ ପୂର୍ବାନୁମାନ କରିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆହୁରି ବଢ଼ିବ ତାତି, ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ପାଣିପାଗ କେନ୍ଦ୍ର

ଆଗକୁ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏଥିପାଇଁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏତେ ଖରାରେ ବାହାରେ ବୁଲିବା କୌଣସି ଆବଶ୍ୟକତା ନାହିଁ । ଆବଶ୍ୟକତା ପଡିଲେ ଛତା, ପାଣି ଏବଂ ଓଦା କପଡ଼ା ନେଇକି ଯାଆନ୍ତୁ । ଅତ୍ୟଧିକ ଖରାରେ ବୁଲିଲେ ଅଂଶୁଘାତ ହେବାର ସମ୍ଭାବନା ରହିଛି । ତେଣୁ ଖରାଠାରୁ ଯେତେ ସମ୍ଭବ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଖରାରୁ ରକ୍ଷା ପାଇବାକୁ ହେଲେ ଅଧିକରୁ ଅଧିକ ପାଣି ପିଅନ୍ତୁ । ଢିଲା କପଡ଼ା ପିନ୍ଧନ୍ତୁ । ଯଦି କୌଣସି କାରଣରୁ ଏଭଳି କିଛି ଅଘଟଣ ଘଟେ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂର୍ଯ୍ୟ ଚୌଧୁରୀ ।


ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି । ଯେଉଁ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି ସେଠାରେ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଆବଶ୍ୟକ ହେଲେ ହିଁ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି । ବାହାରକୁ ବାହାରିଲେ ଆବଶ୍ୟକ ପଦକ୍ଷପ ଗ୍ରହଣ କରି ବାହାରକୁ ବାହରନ୍ତୁ ବୋଲି କହିଛନ୍ତି ପାଣିପାଗ ବୈଜ୍ଞାନିକ ଉମାସଙ୍କର ଦାସ । ଖାସ୍‌ କରି ଛୋଟ ପିଲା, ବୟସ୍କ ଲୋକ ଏବଂ ରୋଗୀମାନେ ଏହି ସମୟରେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.