ETV Bharat / city

'ଟିକେ ଢିଲାପଣ ତୃତୀୟ ଲହରକୁ ଡାକି ପାରେ'

author img

By

Published : Jul 20, 2021, 9:07 PM IST

କଟକଣା କୋହଳ ହେବା ପରେ କିଛି ଲୋକ ନିୟମ ଭାଙ୍ଗୁ ଥିବାର ଦେଖିବାକୁ ମିଳିଛି । ଲୋକଙ୍କର ନିୟମ ଭଙ୍ଗ ଓ ଖାମଖିଆଲି ତୃତୀୟ ଲହରକୁ ନିମନ୍ତ୍ରଣ କରିପାରେ । ଅଧିକ ପଢନ୍ତୁ...

ଟିକେ ଢିଲାପଣ ତୃତୀୟ ଲହରକୁ ଡାକି ପାରେ
ଟିକେ ଢିଲାପଣ ତୃତୀୟ ଲହରକୁ ଡାକି ପାରେ

ଭୁବନେଶ୍ବର: ଦେଶରେ ଜାରି ରହିଛି କୋରୋନା କୋପ । ସମୟ ଥାଇ ସରକାରଙ୍କ ନିଷ୍ପତ୍ତି ରାଜ୍ୟରେ କଟକଣା ହ୍ରାସ କରିଛି । ହେଲେ ଏବେ ବି ବିପଦ ଟଳିନାହିଁ । କଟକଣା କୋହଳ ହେବା ପରେ କିଛି ଲୋକ ନିୟମ ଭାଙ୍ଗୁ ଥିବାର ଦେଖିବାକୁ ମିଳିଛି । ଲୋକଙ୍କର ନିୟମ ଭଙ୍ଗ ଓ ଖାମଖିଆଲି ତୃତୀୟ ଲହରକୁ ନିମନ୍ତ୍ରଣ କରିପାରେ ।

କଟକଣା କୋହଳ ହେବା ପରେ ଅନେକ ସ୍ଥାନରେ ଲୋକ ଗହଳି କରୁଥିବାର ଦେଖିବାକୁ ମିଳିଛି । ଲୋକଙ୍କର ଗହଳି ତୃତୀୟ ଲହରର ମୁଖ୍ୟ କାରଣ ହୋଇପାରେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶ ବିଜୟ ମହାପାତ୍ର । ସଂକ୍ରମଣ ହାର ଅଧିକ ଥିବା ୪ଟି ଜିଲ୍ଲାକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ଟିକେ ଢିଲାପଣ ତୃତୀୟ ଲହରକୁ ଡାକି ପାରେ

ତୃତୀୟ ଲହର ନେଇ ଆମେ ପ୍ରସ୍ତୁତ ହେଉଛୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏନେଇ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି । ପରୀକ୍ଷା, ଟୀକାକରଣକୁ ଅଧିକ ଗୁରୁତ୍ବ ଦିଆଯାଉଛି । ତୃତୀୟ ଲହରରେ ଛୋଟ ପିଲା ବେଶି ପ୍ରଭାବିତ ହେବାର ଆଶଙ୍କା ରହିଛି ତେଣୁ ଏହା ଦିଗରେ ବେଶୀ ଧ୍ୟାନ ଦିଆଯାଉଛି। ସେହିପରି ଯେଉଁ ରାଜ୍ୟରେ ସଂକ୍ରମଣ ବଢୁଛି ସେ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଉଛି । ଏବେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଲୋକଙ୍କୁ ଅଧିକ ସଚେତନ ହେବାକୁ ପଡିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.