ETV Bharat / city

ରାଜ୍ୟରେ ଲାଗି ରହିଛି ବର୍ଷା, ଜଳବାହିତ ରୋଗ ପ୍ରତି ସତର୍କ ନେଇ ନିର୍ଦ୍ଦେଶ

author img

By

Published : Aug 13, 2022, 8:29 PM IST

Updated : Aug 13, 2022, 9:21 PM IST

ରାଜ୍ୟରେ ଲଘୁଜନିତ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଦେଖିବାକୁ ମିଳିଛି । ଫଳରେ ଜଳବାହିତ ରୋଗ ହେବାର ସମ୍ଭାବନା ନେଇ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

health department alert for waterborne diseases in odisha
ଜଳବାହିତ ରୋଗ ପ୍ରତି ସତର୍କ ହେବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ବନ୍ୟା ପରେ ଜଳ ବାହିତ ରୋଗ (waterborne diseases) ସୃଷ୍ଟି ହେବାର ସମ୍ଭାବନା ଅଧିକ ରହୁଛି। ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ଆଗୁଆ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରକୁ ନିର୍ଦ୍ଦେଶ ଦିଆଯାଇଛି ।

ଜଳବାହିତ ରୋଗ ପ୍ରତି ସତର୍କ ହେବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ବିଶେଷ ଭାବରେ ବନ୍ୟା ସମୟରେ ପାଣି ଜନିତ ରୋଗ ହୋଇଥାଏ। ଯାହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଛି। l ତେଣୁ ଆଗୁଆ ପଦକ୍ଷେପ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସବୁଠି କଣ୍ଟ୍ରୋଲ ରୁମ ଖାଲା ରହିବା ସହ ରାପିଡ ରେଷ୍ପଣ୍ଡ ଟିମ୍ ପ୍ରସ୍ତୁତ ରହିଛନ୍ତି। ଆବଶ୍ୟକତା ଅନୁଯାୟୀ ଔଷଧ, ବ୍ଲିଚିଂ ପାଉଡର, ଓଆରଏସ ଆଦି ପ୍ରସ୍ତୁତ କରି ରଖାଯିବ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି କୌଣସି ଅଘଟଣର ଖବର ଆସେ ତୁରନ୍ତ ସେଠାକୁ ଟିମ ପହଞ୍ଚିବ। ସେନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଅନ୍ୟପଟେ ଜଳବାହିତ ରୋଗ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନୀରଜ ମିଶ୍ର କହିଛନ୍ତି, "ବିଶେଷ ଭାବରେ ୭ରୁ ୮ଟି ରୋଗ ଶୀଘ୍ର ସଂକ୍ରମିତ ହୋଇଥାଏ । ତେଣୁ ଲୋକମାନେ ସଚେତନ ରହିବାର ଆବଶ୍ୟକତା ରହିଛି । ଏହି ସମୟରେ ବିଶୁଦ୍ଧ ପାଣି ପିଇବା ସହ ହାତ ଧୋଇବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ରୋଷେଇ କରିବା ପୂର୍ବରୁ ପରିବା ଧୋଇବା ଉଚିତ ।" ଘରେ ଡାଇରିଆ ରୋଗୀଥିଲେ, ସେମାନେ ପିନ୍ଧୁଥିବା ଲୁଗାଗୁଡ଼ିକ ଗରମ ପାଣିରେ ଭଲ ଭାବରେ ସଫା କରିବାକୁ କହିଛନ୍ତି ଡା. ନୀରଜ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 13, 2022, 9:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.