ETV Bharat / city

୮ ଜିଲ୍ଲାକୁ ସତର୍କ ଘଣ୍ଟି, ବୌଦ୍ଧରେ କୁଆପଥର ବର୍ଷା

author img

By

Published : Dec 29, 2021, 10:50 PM IST

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟି ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବୌଦ୍ଧ ଜିଲ୍ଲା କଣ୍ଟାମାଳ ହରଭଙ୍ଗା ଅଞ୍ଚଳରେ ଆଜି ସନ୍ଧ୍ୟାରେ ସମୟରେ କୁଆ ପଥର ବର୍ଷା । ଅଧିକ ପଢନ୍ତୁ

ବୌଦ୍ଧରେ କୁଆପଥର ବର୍ଷା
ବୌଦ୍ଧରେ କୁଆପଥର ବର୍ଷା

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟି ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାରଣ ରାଜ୍ୟରେ ଶୀତ ଲହରୀ କିଛିଟା ହ୍ରାସ ପାଇଥିବା ବେଳେ ଲାଗି ଘନ କୁହୁଡ଼ି ଲାଗିରହୁଛି । ଦକ୍ଷିଣପଶ୍ଚିମ ମଧ୍ୟପ୍ରଦେଶରୁ ଦକ୍ଷିଣ ବିହାର ଉପରେ ଏକ ଘୂର୍ଣ୍ଣିବଳୟ ଗତି କରୁଛି । ଯାହାକି ବିହାରରୁ ତେଲଙ୍ଗାନା ଦେଇ ପୂର୍ବ ମଧ୍ୟପ୍ରଦେଶ ଓ ଭିଦର୍ଭ ଯାଏ ଲମ୍ବିଛି ।

ଏହି କାରଣରୁ ଆଗାମୀ ୨ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୩ ଦିନରେ ତାପମାତ୍ରା ଆସ୍ତେ ଆସ୍ତେ ୩ରୁ ୫ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇବ ।

ଏହାକୁ ନେଇ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଓ କୁଆପଥର ବର୍ଷାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ତେବେ ବୌଦ୍ଧ କଣ୍ଟାମାଳ ହରଭଙ୍ଗା ଅଂଚଳରେ ଆଜି ସଂଧ୍ୟା ସମୟରେ କୁଆ ପଥର ବର୍ଷା ହୋଇଥିବା ସୂଚନା ରହିଛି ।

ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ରହିଛି । ବର୍ଷା ପରେ ଆଉ ୨ ଦିନ ଘନ କୁହୁ଼ଡ଼ି ଲାଗି ରହିବ ।

ସେହିପରି ୩୧ ତାରିଖରେ ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.