ETV Bharat / city

ମଙ୍ଗଳବାର ବିନାଭକ୍ତରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ଜାରି ହେଲା ପୋଲିସର ଗାଇଡଲାଇନ

author img

By

Published : Apr 19, 2021, 6:04 PM IST

Updated : Apr 19, 2021, 7:14 PM IST

ମଙ୍ଗଳବାର ରୁକୁଣା ରଥଯାତ୍ରା । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଅଧିକ ପଢନ୍ତୁ...

ମଙ୍ଗଳବାର ବିନାଭକ୍ତରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
ରୁକୁଣା ରଥଯାତ୍ରା ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ବର: କୋଭିଡ଼ କଟକଣାରେ ହେବ ଏଥର ରୁକୁଣା ରଥଯାତ୍ରା। ଭକ୍ତଶୁନ୍ୟରେ ବଡ଼ଦାଣ୍ଡରେ ଗଡିବ ଲିଙ୍ଗରାଜଙ୍କ ରୁକଣା ରଥ। ଏଥିପାଇ କମିଶନରେଟ ପୋଲିସ ପକ୍ଷରୁ ହୋଇଛି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ। ଏଥିପାଇଁ ରଥଯାତ୍ରା ଅର୍ଥାତ ୨୦ ତାରିଖ ଦିନ ୧୨ଟାରୁ ବଡ଼ଦାଣ୍ଡରେ ଲାଗିବ ୧୪୪ଧାରା।

ରୁକୁଣା ରଥଯାତ୍ରା ପାଇଁ  ଆସିଲା ଗାଇଡଲାଇନ
ରୁକୁଣା ରଥଯାତ୍ରା ପାଇଁ ଆସିଲା ଗାଇଡଲାଇନ

ଅର୍ଥାତ କେହି ବି ଭକ୍ତ ତଥା ଅନୁମତି ନଥିବା ବ୍ୟକ୍ତିଙ୍କୁ ବଡ଼ଦାଣ୍ଡକୁ ଆସିବାକୁ ମିଳିବ ନାହିଁ ଅନୁମତି । ବଡ଼ଦାଣ୍ଡକୁ ଯୋଗାଯୋଗ କରୁଥିବା ୨୩ ସ୍ଥାନରେ ପୋଲିସ ମୁତୟନ ରହିବେ । କାହାକୁ ଏଥିପାଇଁ ଆସିବାକୁ ମିଳିବ ନାହିଁ ଅନୁମତି।

ରୁକୁଣା ରଥଯାତ୍ରା ପାଇଁ  ଆସିଲା ଗାଇଡଲାଇନ
ରୁକୁଣା ରଥଯାତ୍ରା ପାଇଁ ଆସିଲା ଗାଇଡଲାଇନ

ରଥଯାତ୍ରା ସମୟରେ ବଡ଼ଦାଣ୍ଡ କଡ଼ରେ ଅର୍ଥାତ୍ ରଥ ରୋଡ଼ ପାର୍ଶ୍ବରେ ଥିବା ଘର ଉପରେ ବି ରଥ ଦେଖିବାକୁ ମନା। ଅର୍ଥାତ କେହି ବି ଅତିଥି ସହ ଯେପରି ଘର ଉପରେ ଏକତ୍ରିତ ନହୁଅନ୍ତି ସେଥିପାଇଁ ପୋଲିସ ପକ୍ଷରୁ ବାରଣ କରାଯାଇଛି। ଏଥିସହ କୋଭିଡ଼ ନେଗେଟିଭ ଥିବା ସେବାୟତ ହିଁ ରଥଯାତ୍ରାରେ ସାମିଲ ହୋଇପାରିବେ। ପୋଲିସ ସୁରକ୍ଷା ଦୃଷ୍ଟିରୁ ୧୫ପ୍ଲାଟୁନ ଫୋର୍ସ ସହ ୫୦ ଅଫିସର ଡିସିପିଙ୍କ ନେତୃତ୍ବରେ ସୁରକ୍ଷା ଭିତରେ ହେବ ରଥଯାତ୍ରା।

ରୁକୁଣା ରଥଯାତ୍ରା ପାଇଁ  ଆସିଲା ଗାଇଡଲାଇନ
ରୁକୁଣା ରଥଯାତ୍ରା ପାଇଁ ଆସିଲା ଗାଇଡଲାଇନ
ମଙ୍ଗଳବାର ବିନାଭକ୍ତରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
ମଙ୍ଗଳବାର ବିନାଭକ୍ତରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Apr 19, 2021, 7:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.