ETV Bharat / city

ରାଜ୍ୟ ଶିକ୍ଷା ବିଭାଗର ବିକଳ ଚିତ୍ର, ଅତିଥି ଅଧ୍ୟାପକରେ ଚାଲିଛି ପାଠପଢା

author img

By

Published : Oct 18, 2022, 10:00 PM IST

ରାଜ୍ୟ ଶିକ୍ଷା ବିଭାଗର ବିକଳ ଚିତ୍ର । ଅତିଥି ଅଧ୍ୟାପକରେ ଚାଲିଛି ପାଠପଢା । ରାଜ୍ୟର ପ୍ରତିଷ୍ଠିତ କଲେଜରେ ନାହାଁନ୍ତି ଅଧ୍ୟାପକ । ଫଳରେ ଏଠାରେ ଅତିଥି ଅଧ୍ୟାପକ ଆସି ଗୁରୁତ୍ବପୂର୍ଣ୍ଣ ବିଷୟର ଶିକ୍ଷାଦାନ ଦେଉଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କଲେଜ କର୍ତ୍ତୃପକ୍ଷଙ୍କଠୁ ଆରମ୍ଭ କରି ରାଜ୍ୟ ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ

ରାଜ୍ୟ ଶିକ୍ଷା ବିଭାଗର ବିକଳ ଚିତ୍ର, ଅତିଥି ଅଧ୍ୟାପକରେ ଚାଲିଛି ପାଠପଢା
ରାଜ୍ୟ ଶିକ୍ଷା ବିଭାଗର ବିକଳ ଚିତ୍ର, ଅତିଥି ଅଧ୍ୟାପକରେ ଚାଲିଛି ପାଠପଢା

ଭୁବନେଶ୍ବର: ରାଜ୍ୟ ଶିକ୍ଷା ବିଭାଗର ବିକଳ ଚିତ୍ର । ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଅତିଥି ଅଧ୍ୟାପକରେ ଚାଲିଛି ପାଠପଢା । ମହାବିଦ୍ୟାଳୟ ଓ କଲେଜ ଗୁଡ଼ିକରେ ନୂଆ ଶିକ୍ଷାବର୍ଷର ପାଠପଢା ଆରମ୍ଭ ହୋଇଥିବା ବେଳେ ଖାଲି ପଡ଼ିଛି ଅଧ୍ୟାପକଙ୍କ ପଦବୀ । ଗତ ୨ ବର୍ଷ ଧରି ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଏବେ ଅଧ୍ୟାପକଙ୍କ ଅଭାବକୁ ନେଇ ଚିନ୍ତାରେ କଲେଜ କର୍ତ୍ତୃପକ୍ଷ ।

ରାଜ୍ୟ ଶିକ୍ଷା ବିଭାଗର ବିକଳ ଚିତ୍ର, ଅତିଥି ଅଧ୍ୟାପକରେ ଚାଲିଛି ପାଠପଢା

ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ନାମିଦାମି କଲେଜ ଯଥା ରମାଦେବୀ କଲେଜ, ବିଜେବି କଲେଜ, କମଳା ନେହୁରୁ କଲେଜ ସମେତ ସହ ଅନ୍ୟାନ୍ୟ କଲେଜ ଗୁଡିକରେ ମଧ୍ୟ ସମାନ ସ୍ଥିତି । ଯଦି ରାଜ୍ୟର ରାଜଧାନୀରେ ଥିବା ବଡ଼ ବଡ଼ କଲେଜରେ ଏଭଳି ସ୍ଥିତି ତେବେ ବାକି ଜିଲ୍ଲା ଗୁଡିକରେ ସ୍ଥିତି କିଭଳି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ରାଜଧାନୀ ଭୁବନେଶ୍ବରରେ ଥିବା କିଛି ଛାତ୍ରଛାତ୍ରୀଙ୍କ ପସନ୍ଦର କଲେଜରେ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ପିଲାଙ୍କୁ ପଢାଇବା ପାଇଁ ଅଭାବ ରହିଛି ଅଧ୍ୟାପକ ।

ଏହା ବି ପଢନ୍ତୁ- Cyclone Sitrang : ପ୍ରଭାବିତ ଆଶଙ୍କା ଜିଲ୍ଲାର ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡିବାକୁ ପରାମର୍ଶ

ଏପଟେ ରମାଦେବୀ ଜୁନିୟର କଲେଜରେ ଗଣିତ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଅଧ୍ୟାପକ ଏପର୍ଯ୍ୟନ୍ତ ନିଯୁକ୍ତି ହୋଇ ନାହାନ୍ତି । ରମାଦେବୀରେ ଏବେ ବି ୧୬ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ଅତିଥି ଅଧ୍ୟାପକରେ କାମଚଳା ପାଠପଢା ହେଉଛି । ଯାହା ଫଳରେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ସେହିପରି ବିଜେବି କଲେଜ, ଦେବରାୟ କଲେଜ, କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି । ଏଠି ଅଧ୍ୟାପକ ନାହାନ୍ତି । ଯେହେତୁ ଶିକ୍ଷା ବର୍ଷ ଆରମ୍ଭ ହୋଇଗଲାଣି ତେବେ କଲେଜ କର୍ତ୍ତୃପକ୍ଷ ପାଠପଢାକୁ ଦୃଷ୍ଟିରେ ରଖି ଅତିଥି ଅଧ୍ୟାପକଙ୍କ ଦ୍ଵାରା ପାଠପଢା ହେଉଛି ।

ରାଜ୍ୟରେ ଛାତ୍ରଛାତ୍ରୀଙ୍କର ସ୍ଵପ୍ନର ମହାବିଦ୍ୟାଳୟ ରମାଦେବୀ ଜୁନିୟର ମହିଳା ମହାବିଦ୍ୟାଳୟରେ ନାହାଁନ୍ତି ଅଧ୍ୟାପକ । ଜୁନ ମାସରୁ ଏ ପର୍ଯ୍ୟନ୍ତ ଗଣିତ ଅଧ୍ୟାପକ ସ୍ଥାୟୀ ନଥିବା ବେଳେ କମଳା ନେହେରୁ କଲେଜରେ ସଂସ୍କୃତ ବିଭାଗରେ ଅଧ୍ୟାପକ ନାହାଁନ୍ତି । ଏଣୁ ଅଧ୍ୟାପକ ନିଯୁକ୍ତି କରିବା ପାଇଁ କଲେଜ କର୍ତ୍ତୃପକ୍ଷ ସରକାରଙ୍କୁ ଏ ବାବଦରେ ଚିଠି ଲେଖିଛନ୍ତି । କେବଳ ସଂସ୍କୃତ ବିଭାଗ ନୁହେଁ, ଏଭଳି ଅନେକ ବିଭାଗ ରହିଛି ଯେଉଁଠି ଅଧ୍ୟାପକ ନାହାଁନ୍ତି ।

ଅନ୍ୟପଟେ କଲେଜରେ ଲାଇବ୍ରେରୀ, ବିଲ୍ଡିଂର ସବୁ କାମ ସରିନାହିଁ । କିନ୍ତୁ ପାଠପଢ଼ାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେଲାଣି । ଯାହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ ହୋଇଛି । ଏପଟେ ଓଡିଶା ଅଭିଭାବକ ମହାସଂଘର ଉପାଧକ୍ଷ ପ୍ରସନ୍ନ ବିଶୋଇ କହିଛନ୍ତି, "ରାଜ୍ୟର ଅନେକ କଲେଜରେ ଅତିଥି ଅଧ୍ୟାପକଙ୍କ ଦ୍ବାରା ଚାଲିଛି ପାଠପଢା । ସ୍ଥାୟୀ ଅଧ୍ୟାପକ ଅନେକ ସ୍ଥାନରେ ନାହାଁନ୍ତି । ଯାହା ଅବ୍ୟବସ୍ଥା ସୃଷ୍ଟି କରୁଛି । ସରକାର ତୁରନ୍ତ କଲେଜ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି କରନ୍ତୁ ।"

ତେବେ ଏଠାରେ ପ୍ରଶ୍ନ ଉଠୁଛି ଆଉ କେତେ ଦିନ ଏମିତି ? ରାଜ୍ୟର ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ କାହିଁକି ନିଯୁକ୍ତି ଦିଆଯାଉନି ସ୍ଥାୟୀ ଅଧ୍ୟାପକ । ଅତିଥି ଅଧ୍ୟାପକରେ ଶିକ୍ଷାନୁଷ୍ଠାନ କେମିତି ଚାଲିବ ଓ ଛାତ୍ରଛାତ୍ରୀ କେମିତି ପଢିବେ ତାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ବଢିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.