ETV Bharat / city

ରାଜଧାନୀରେ ଧୁମଧାମରେ ଚାଲିଛି ଗଜାନନଙ୍କ ଆବାହନ

author img

By

Published : Aug 31, 2022, 1:30 PM IST

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଭୁବନେଶ୍ବର ୟୁନିଟ ୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗଣନାଥଙ୍କ ପୂଜା କଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ୟୁନିଟ ୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗଣନାଥଙ୍କ ପୂଜାର୍ଚ୍ଚନା
ୟୁନିଟ ୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗଣନାଥଙ୍କ ପୂଜାର୍ଚ୍ଚନା

ଭୁବନେଶ୍ବର: ଆଜି ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କ ପୂଜା । ଅଗ୍ରପୂଜ୍ୟଙ୍କୁ ପୂଜାକୁ ନେଇ ଉତ୍ସବ ମୁଖର ଗାଁଠୁ ସହର । ପୂଜା ମଣ୍ଡପରେ ବିରାଜମାନ କରିଛନ୍ତି ଗଜାନନ । ପୂଜା ପାଇଁ ସୁସଜ୍ଜିତ ହୋଇଛି ବିଦ୍ୟାଳୟ ଓ ପୂଜା ମଣ୍ଡପ । ସର୍ବସିଦ୍ଧି ପ୍ରଦାୟକଙ୍କୁ ଆରଧନା କରୁଛନ୍ତି ଛାତ୍ରଛାତ୍ରୀ । ଆଦିଦେବଙ୍କ ଆରାଧନାରେ ବିଭୋର ହୋଇଛନ୍ତି ସଭିଁଏ । ଆଜି ଏହି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ରାଜଧାନୀ ଭୁବନେଶ୍ବର ୟୁନିଟ ୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବେଶ ଆଡମ୍ବରରେ ପୂଜା ପାଳନ ହୋଇଛି । ଛାତ୍ରଛାତ୍ରୀ ବିଘ୍ନହର୍ତ୍ତାଙ୍କୁ ସ୍ବୟଂ ପୂଜା କରିଛନ୍ତି ।

ୟୁନିଟ ୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗଣନାଥଙ୍କ ପୂଜାର୍ଚ୍ଚନା

ବିଦ୍ୟାଳୟର ଛାତ୍ରଛାତ୍ରୀ ଧୂପ ଦୀପ ନୈବଦ୍ୟ ଦେଇ ଗଜାନନଙ୍କ ଆବାହନ କରିବା ସଙ୍ଗେ ସଙ୍ଗେ ସମସ୍ତ ଉପଚାର ସହ ଆରାଧନା କରିଛନ୍ତି । ଏହି ନିଆରା ଅର୍ଚ୍ଚନା କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏକାଠି ହୋଇ ଏକ ସାଙ୍ଗରେ ବିଘ୍ନ ବିନାଶକଙ୍କ ପୂଜା କରିଛନ୍ତି । ସମସ୍ତେ ବିଦ୍ୟାଦାତା ନିକଟରେ ସମସ୍ତଙ୍କର ମଙ୍ଗଳ କରିବା ସହ ଆମକୁ ବିଦ୍ୟା ପ୍ରଦାନ କରନ୍ତୁ ବୋଲି ଆଶୀର୍ବାଦ କାମନା କରିଛନ୍ତି । ସେହିପରି ଗୁରୁଜୀ ଗୁରୁମାମାନେ ଦୁଇ ବର୍ଷ ପରେ ପୁଣି ଏହି ଆଡ଼ମ୍ବରରେ ପୂଜାକୁ ନେଇ ମଧ୍ୟ ବେଶ୍ ଖୁସି ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: Ganesh Chaturthi: ଆସିଛନ୍ତି ଅଗ୍ରପୂଜ୍ୟ, ଜାଣନ୍ତୁ ଗଣେଶ ପୂଜାର ଇତିହାସ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀରେ ଅଗ୍ରପୂଜ୍ୟଙ୍କ ପୂଜା ପଡ଼ିଥାଏ । ୧୦ ଦିନ ଧରି ପଣ୍ଡାଲ୍‌ରେ ପୂଜା ପାଇଥାଆନ୍ତି ଗଣନାଥ । ଗଣେଶ ପୂଜା ଠାରୁ ଆରମ୍ଭ ହୁଏ ପାର୍ବଣ ଋତୁ । ଆଜି ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର ଗଣନାଥଙ୍କ ପୂଜା । ଚଳିତ ବର୍ଷ ଚାରିଆଡେ ଧୁମଧାମରେ ଗଣେଶ ପୂଜା ପାଳନ ହେଉଛି । ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଥିବାରୁ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । କୋରୋନା କଟକଣା ଲାଗି ଦୁଇ ବର୍ଷ ହେବ ବିଧି ବଜାୟ ରଖିବା ପାଇଁ ଗଣେଶ ପୂଜା ନିଡାମ୍ବରରେ ପାଳିତ ହେଉଥିଲା । ମଣ୍ଡପରେ ସର୍ବସାଧରଣ ଦର୍ଶନ ବାରଣ କରାଯାଇଥିଲା । ହେଲେ ସଂକ୍ରମଣ ସ୍ଥିତି ସୁଧୁରିବା ସହ କଟକଣା କୋହଳ କରାଯାଇଛି । ତେଣୁ ଚଳିତ ଥର ଚାରିଆଡେ ଏବେ ମନ୍ତ୍ରଧ୍ବନି ଗୁଞ୍ଜରିତ ହେଉଛି । ସାରା ରାଜ୍ୟ ବିଘ୍ନ ବିନାଶକଙ୍କ ପୂଜା ପାଇଁ ଚଳଚଞ୍ଚଳ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.