ETV Bharat / city

୪ର୍ଥ କରୋନା ଲହର ଭୟ, ବିମାନବନ୍ଦର ଓ ରେଳଷ୍ଟେସନରେ ସତର୍କତାମୂଳକ ପଦକ୍ଷେପ

author img

By

Published : May 4, 2022, 10:44 PM IST

ଦିଲ୍ଲୀ ଓ ଏହାର ପାର୍ଶ୍ଵବର୍ତୀ ଅଞ୍ଚଳରେ ଦିନକୁ ଦିନ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ପ୍ରତିଦିନ ଅନେକ ଯାତ୍ରୀ ଦିଲ୍ଲୀରୁ ଓଡ଼ିଶାକୁ ଆକାଶମାର୍ଗ ଓ ରେଳପଥରେ ଫେରୁଛନ୍ତି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସଠିକ୍ ଭାବେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

୪ର୍ଥ କରୋନା ଲହର ଭୟ, ବିମାନବନ୍ଦର ଓ ରେଳଷ୍ଟେସନରେ ସତର୍କତାମୂଳକ ପଦକ୍ଷେପ
୪ର୍ଥ କରୋନା ଲହର ଭୟ, ବିମାନବନ୍ଦର ଓ ରେଳଷ୍ଟେସନରେ ସତର୍କତାମୂଳକ ପଦକ୍ଷେପ

ଭୁବନେଶ୍ବର: ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ରୋକିବା ଦିଗରେ ତ୍ବରିତ ପଦକ୍ଷେପ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଦିଲ୍ଲୀ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ପ୍ରତିଦିନ ଅନେକ ଯାତ୍ରୀ ଦିଲ୍ଲୀରୁ ଓଡ଼ିଶାକୁ ଆକାଶମାର୍ଗ ଓ ରେଳପଥରେ ଫେରୁଛନ୍ତି। ଏହାକୁ ଆଖି ଆଗରେ ରଖି ବିଭିନ୍ନ ବିମାନବନ୍ଦର ଓ ରେଳ ଷ୍ଟେସନରେ ସ୍ଵାସ୍ଥ୍ୟ ବିଭାଗ ତରଫରୁ ସଠିକ୍ ଭାବେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ।

ତଦାରଖ, ଯୋଜନା, ସମନ୍ଵୟ ଓ ଏହାକୁ କିପରି ଠିକ୍ ଭାବେ ଲାଗୁ କରାଯାଇ ପାରିବ ସେ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.