ETV Bharat / city

କୋରୋନା ଯୋଗୁଁ ଫ୍ଯାମିଲି କୋର୍ଟ ବନ୍ଦ, ପରିବାରରେ ବଢୁଛି ଟେନସନ

author img

By

Published : Jun 6, 2021, 10:41 PM IST

କୋରୋନା ଯୋଗୁଁ ଫ୍ୟାମିଲି କୋର୍ଟ ବନ୍ଦ । ଏଭଳି ସ୍ଥିତିରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଫ୍ୟାମିଲି କୋର୍ଟରେ ଥିବା ବିଚରାଧୀନ ମାମଲା । ନା ଶୁଣାଣୀ ହୋଇପାରୁଛି ନା ପିଟିସନ ଦାଖଲ ହୋଇପାରୁଛି । ଅଧିକ ପଢନ୍ତୁ...

family-court-close
କୋରୋନା ଯୋଗୁଁ ଫ୍ଯାମିଲ କୋର୍ଟ ବନ୍ଦ, ପରିବାରରେ ବଢୁଛି ଟେନସନ

ଭୁବନେଶ୍ବର: କୋରୋନା କଟକଣା ଯୋଗୁଁ ରାଜ୍ୟର ସମସ୍ତ ବିଚାର ବିଭାଗୀୟ ଅଦାଲତ ବନ୍ଦ । ଏଭଳି ସ୍ଥିତିରେ କୋରୋନା ଯୋଗୁଁ ଫ୍ୟାମିଲି କୋର୍ଟ ମଧ୍ୟ ବନ୍ଦ ରହିଛି । ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଫ୍ୟାମିଲି କୋର୍ଟରେ ଥିବା ବିଚରାଧୀନ ମାମଲା ।

କୋରୋନା ଯୋଗୁଁ ଫ୍ଯାମିଲ କୋର୍ଟ ବନ୍ଦ

ବନ୍ଦ ପଡିଛି କୋର୍ଟ। ଆସୁନାହାନ୍ତି ମହକିଲ କି ଦେଖାଯାଉନାହାନ୍ତି ଓକିଲ। ହେଲେ କୋର୍ଟ ବନ୍ଦ ଯୋଗୁଁ କିଛି ଫ୍ୟାମିଲିରେ ଟେନସନର ମାହୋଲ। କାରଣ ଫ୍ୟାମିଲ କୋର୍ଟର ବିଚାର ପ୍ରକ୍ରିୟା ପୁରାପୁରି ଠପ। ଫଳରେ କିଏ ସ୍ତ୍ରୀଠୁ ନିର୍ଯାତିତ ହୋଇ ଡିଭର୍ସ ଅପେକ୍ଷାରେ ତ କିଏ ସ୍ବାମୀଠୁ ଭରପୋଷଣ ପାଇ କୋର୍ଟଙ୍କ ରାୟ ଅପେକ୍ଷାରେ। କିଏ ଡିଭର୍ସ ନେଲେ ଅନ୍ୟତ୍ର ବିବାହ କରିବ ତ କିଏ କୋର୍ଟର ନିୟମ ଅବମାନନା କରିଥିବା ଅଭିଯୋଗ। ଏପରି ଅନେକ ସମସ୍ୟା ଭିତରେ ଅନେକ ପରିବାର। କାରଣ ଫ୍ୟାମିଲି କୋର୍ଟ ବନ୍ଦ ଫଳରେ ପେଣ୍ଡିଂ ପଡିଛି କେସ। ନା ଶୁଣାଣି ନା ପିଟିସନ ଫଳରେ ଅନେକ ପରିବାର ଭିତରେ ଟେନସନର ମାହୋଲ।

୨୦୨୦ ରେ ପ୍ରଥମ ପର୍ଯ୍ୟାୟ ଲକଡାଉନ ବେଳେ ଭୁବନେଶ୍ବର ଫ୍ୟାମିଲି କୋର୍ଟରେ ପେଣ୍ଡିଂ ପଡିଛି ୨୨୦ରୁ ଉର୍ଦ୍ଧ୍ବ କେସ। ସେପଟେ ୨୦୨୧ରେ ଲକଡାଉନ ଯୋଗୁଁ ପଡିରହିଛି ୧୧୩ କେସ । ଯାହାକୁ ନେଇ ଗୋଟିଏ ପରିବାରରେ ଥାଇ ମଧ୍ୟ ସ୍ବାମୀ ସ୍ତ୍ରୀ ଡିଭର୍ସ ଫାଇଲ କରିଥିଲ ବି ଶୁଣାଣି ପ୍ରକ୍ରିୟା ବାଧାପ୍ରାପ୍ତ ଯୋଗୁଁ ଅଲଗା ହୋଇପାରୁନାହାନ୍ତି ପତି ପତ୍ନୀ । ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ବଢଛି ଅପ୍ରୀତିକର ପରିସ୍ଥିତି ଉପୁଜୁଛି । ଚାହିଁଲେ ବି କୋର୍ଟର ଦ୍ବାରସ୍ଥ ହୋଇପାରୁନାହାନ୍ତି । କେବଳ ସେତିକି ନୁହେଁ ସ୍ବାମୀଠୁ ଅଲଗା ଥାଇ ବି ମେଣ୍ଟନାନ୍ସ ପାଇ କୋର୍ଟ ରାୟ ଅପେକ୍ଷାରେ ଥିବା ପତ୍ନି ନିଜର ଭରଣ ପୋଷଣ ପାଇ ଏବେ କୋରୋନା ସମୟରେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛି। ଯଦି କାହାର ପିଲାଟିଏ ଅଛି ତାକୁ ନେଇ କିପରି ଚଳିବେ।

ଅନ୍ୟପଟେ ଯଦି କାହାର ପାରିବାରିକ ସମସ୍ୟା ଅଛି କୋର୍ଟର ମାମଲା ବିଚାର ଶୁଣାଣି ନ ହେବା ପୂର୍ବରୁ ଏକାଠି ସ୍ବାମୀ ଓ ସ୍ତ୍ରୀକୁ ଏକାଠି ରହିବାକୁ ଦିଆଯାଇଥିବା ସମୟରେ କିଭଳି ପରିସ୍ଥିତି ଉପଜୁଥିବ ତାହା ଆଶଙ୍କା କରିଛନ୍ତି ଫ୍ୟାମିଲି ମ୍ୟାଟର ଲଢୁଥିବା ଓକିଲ ରାଜଲକ୍ଷ୍ମୀ ମହାପାତ୍ର । ଯାହାକୁ ନେଇ ସେ ନିବେଦନ କରିଛନ୍ତି ଏଭଳି ପାରିବାରିକ ସମସ୍ୟାକୁ ଦୃଷ୍ଟିରୁ ହାଇକୋର୍ଟ ଏ ଦିଗରେ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି।

ଭୁବନେଶ୍ବରୁର ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.