ETV Bharat / city

ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା, ଚଳଚଞ୍ଚଳ ବିଜେପି ଶିବିର

author img

By

Published : Sep 27, 2022, 10:41 PM IST

ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (BJP national president JP Nadda) । ଏନେଇ ଚଳଚଞ୍ଚଳ ହୋଇପଡିଛି ରାଜ୍ୟ ବିଜେପି ଶିବିର । ଅଧିକ ପଢ଼ନ୍ତୁ

ଜେପି ନଡ୍ଡାଙ୍କ ଓଡିଶା ଗସ୍ତ, ଚଳଚଞ୍ଚଳ ବିଜେପି ଶିବିର
ଜେପି ନଡ୍ଡାଙ୍କ ଓଡିଶା ଗସ୍ତ, ଚଳଚଞ୍ଚଳ ବିଜେପି ଶିବିର

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (BJP national president JP Nadda) । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ହେବ ବିଶାଳ ଶୋଭାଯାତ୍ରା । ତେବେ ଏନେଇ ବିଜେପିର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି । ଚଳଚଞ୍ଚଳ ହୋଇପଡିଛି ରାଜ୍ୟ ବିଜେପି ଶିବିର ।

ଜେପି ନଡ୍ଡାଙ୍କ ଓଡିଶା ଗସ୍ତ, ଚଳଚଞ୍ଚଳ ବିଜେପି ଶିବିର

ଭୁବନେଶ୍ବର ଜନତା ମଇଦାନରେ ରହିଛି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ସେଠାରେ ପ୍ରତ୍ୟେକ ପଞ୍ଚାୟତ ଶକ୍ତି କେନ୍ଦ୍ରର ତିନି ଜଣ ପ୍ରମୁଖ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ ରହିଛି । ସେଥିଲାଗି ଜନତା ମଇଦାନରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ମୁଖ୍ୟ ମଞ୍ଚ ସହ ତିନୋଟି ଟେଣ୍ଟର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ପ୍ରାୟ ୨୫ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ । କାର୍ଯ୍ୟକ୍ରମ ସାରି ପୁଣିଥରେ ଦଳୀୟ କାର୍ଯ୍ୟାଳୟରେ ଫେରି ଆସି ବିଭିନ୍ନ ପଦାଧିକାରୀଙ୍କ ସହ ଏକାଧିକ ବୈଠକ କରିବେ । ୩୦ ତାରିଖ ସକାଳେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବେ । ସେଠାରୁ ଧାମନଗର ଯାଇ ଦିମ୍ବଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାରକୁ ଭେଟିବେ ।

ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତି କରିଛି ବିଜେପି । ଦଳର ରାଜ୍ୟ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଏବଂ ଅନ୍ୟ ପ୍ରମୁଖ ଦଳୀୟ ନେତା ଜନତା ମଇଦାନରେ ପ୍ରସ୍ତୁତି ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି । ଏଠାରେ ମୁଖ୍ୟ ମଞ୍ଚ ସହ ତିନୋଟି ଟେଣ୍ଟର ବ୍ୟବସ୍ଥା କରାଯାଇଛି । ସେଥିରେ ପ୍ରାୟ ୨୫ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ବସିବା ପାଇଁ ବ୍ୟବସ୍ଥା ହୋଇଛି । ତେବେ ନଡ୍ଡାଙ୍କ ବିଭିନ୍ନ କାର୍ଯ୍ୟକ୍ରମ ନେଇ ରାଜ୍ୟ ବିଜେପି ଶିବିର ଚଳଚଞ୍ଚଳ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.