ETV Bharat / city

ମାଜିଷ୍ଟ୍ରେଟଙ୍କ ଘରକୁ ଆକ୍ରମଣ ମାମଲା; 2 ଗିରଫ

author img

By

Published : Sep 23, 2019, 10:11 PM IST

ଲୋକାଲ ଗୁଣ୍ଡାଙ୍କୁ ବାନ୍ଧିଲା ପୋଲିସ । ସ୍ଥାନୀୟ ଅଞ୍ଚଳରେ ଚଳାଇଥିଲେ ଆତଙ୍କ । ଛାଡିନଥିଲେ ମାଜିଷ୍ଟ୍ରେଟଙ୍କ ଘରକୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମହଙ୍ଗା ପଡିଲା ମାଜିଷ୍ଟ୍ରେଟଙ୍କ ଘର ଉପରକୁ ଆକ୍ରମଣ । ଲୋକାଲ ଗୁଣ୍ଡାଙ୍କୁ ପୋଲିସର ଜବରଦସ୍ତ ପ୍ରହାର । ଦାଦାବଟି ଓ ଲୋକାଲ ଗୁଣ୍ଡାଗର୍ଦିରେ ମାତିଥିଲେ ଅଭିଯୁକ୍ତ । ମାଜିଷ୍ଟ୍ରେଟ ପରିବାର ବର୍ଗଙ୍କ ଅଭିଯୋଗ ଓ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଗିରଫ ହେଲେ ଅଭିଯୁକ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଘଟଣା ଅନୁସାରେ ଗତ ୧୫ ତାରିଖ ଡୁମୁଡୁମାରେ ରହୁଥିବା ଜୁଡିସିଆଲ ମାଜିଷ୍ଟ୍ରେଟ ସଂଗ୍ରାମ ମିଶ୍ରଙ୍କ ଘର ଉପରକୁ ଆକ୍ରମଣ ହୋଇଥିଲା । ଆକାଶ ଷଡଙ୍ଗୀ ଓ ବବୁଲୁ ସେଠି 2ଜଣ ଅସାମାଜିକ ବ୍ୟକ୍ତି ମାଜିଷ୍ଟ୍ରେଟଙ୍କ ଘର ସାମ୍ନାରେ ଥିବା ମାଜିଷ୍ଟ୍ରେଟ ସଂଗ୍ରାମ ମିଶ୍ରଙ୍କ ଭାଇଙ୍କ ଦୋକାନରେ ପଶି ଦାଦାବଟି ମାଗିଥିଲେ । ବଟି ନମିଳିବାରୁ କର୍ମଚାରୀଙ୍କୁ ମାରଧର କରିବା ସହ ଟଣାଓଟରା କରିଥିଲେ ।


ମାମଲା ଥାନାରେ ପହଞ୍ଚିଲା । ପୋଲିସ ଉଦ୍ୟମରେ ଘଟଣାଟି ଆପୋସ ବୁଝାମଣା ହୋଇଥିଲା । ତେବେ ଏହି ଘଟଣାକୁ ନେଇ ‘ଇଟିଭି ଭାରତ’ରେ ଖବର ପ୍ରକାଶ ପାଇଥିଲା । ଏହାପରେ ମାଜିଷ୍ଟ୍ରେଟ ସଂଗ୍ରାମ ମିଶ୍ରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅଧାରରେ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । 2 ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଲାଉଥିଲେ ବୋଲି ଜଣା ପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଇଟିଭ ପ୍ରଭାବ,ମାଜିଷ୍ଟ୍ରେଟଙ୍କ ଘରକୁ ଆକ୍ରମଣ ଘଟଣାରେ ଗିରଫ ହେଲେ ୨ଜଣBody:

ମହଙ୍ଗା ପଡିଲା ମାଜିଷ୍ଟ୍ରେଟଙ୍କ ଘର ଉପରକୁ ଆକ୍ରମଣ।ଦାଦାବଟି ଓ ଲୋକାଲ ଗୁଣ୍ଡାଗର୍ଦି ଓ ଆକ୍ରମଣ ପାଇଁ ଗିରଫ ହେଲେ ଦୁଇଜଣ।ଡୁମୁଡୁମା ସରକନ୍ତରାର ଆକାଶ ଷରଙ୍ଗି ଓ ବବୁଲୁ ସେଠିକୁ ଗିରଫ କରିଛି କମିସନରେଟ ପୋଲିସ।ସୁଚନା ମୁତାବକ ଗତ ୧୫ ତାରିଖ ଡୁମୁଡୁମା ରେ ରହୁଥିବା ଜୁଡିସିଆଲ ମାଜିଷ୍ଟ୍ରେଟ ସଂଗ୍ରାମ ମିଶ୍ରଙ୍କ ଘର ଉପରକୁ ଆକ୍ରମଣ ହୋଇଥିଲା।ଦୁର୍ବୁତମାନେ ଘର ସାମ୍ନାରେ ଥିବା ସଂଗ୍ରାମମିଶ୍ରଙ୍କ ଭାଇଙ୍କ ଦୋକାନରେ ପଶି ବଟି ମାଗିଥିଲେ।ମନା କରିବାରୁ ଦୋକାନର ଷ୍ଟାଫଙ୍କୁ ମାଡ ମାରିବା ସହ ଦଳବଳ ଧରି ହାତରେ ବାଉଁଶ ଧରି ମାଡ ମାରିବା ସହ କଲର ଧରି ରାସ୍ତାରେ ଟଣାଓଟରା କରିଥିଲେ।ଏପରିକି ଘର ସମ୍ମୁଖରେ ଆତଙ୍କ ଖେଳାଇଥିଲେ।ଏନେଇ ସ୍ଥାନିୟ ଅଂଚଳରେ ଭୟର ବାତାବରଣ ସୃଷ୍ଟିହୋଇଥିଲା।ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ଯ ଆପୋଷ ବୁଝାମଣା ହୋଇଥିଲା। ହେଲେ ଏନେଇ ଇଟିଭ ଭାରତରେ ଖବର ପ୍ରସାରଣ ପରେ ଏନେଇ ସଂଗ୍ରାମ ମିଶ୍ରଙ୍କ ପରିବାରର ଅଭିଯୋଗକୁ ଆଧାର କରି ଦୁଇ ଅସାମାଜିକ ଯୁବକଙ୍କୁ ଗିରଫ କରିଛି ପୋଲିସ। ଯେକି ଖଣ୍ଡଗିରି ସମେତ ଡୁମୁଡୁମା ଅଂଚଳରେ ଆତଙ୍କର ବାତାବରଣ ସୃଷ୍ଟି କରିଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.