ETV Bharat / city

'ନକଲି ଔଷଧ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଲୋକ ଦେଖାଣିଆ'

author img

By

Published : Jun 16, 2021, 4:46 PM IST

Updated : Jun 16, 2021, 5:24 PM IST

ନକଲି ଔଷଧ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଘଟଣା ରାଜ୍ୟ ସରକାରଙ୍କ ଲୋକ ଦେଖାଣିଆ ମନ୍ତବ୍ୟ ବୋଲି କହିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଅଧିକ ପଢନ୍ତୁ...

ନକଲି ଔଷଧ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଲୋକ ଦେଖାଣିଆ
ନକଲି ଔଷଧ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଲୋକ ଦେଖାଣିଆ

ଭୁବନେଶ୍ବର: ରାଜ୍ୟରେ ନକଲି ଔଷଧ କାରବାର ଘଟଣା । ଏହି ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଲୋକ ଦେଖାଣିଆ ବୋଲି କହିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କରିବାକୁ ଦାବି କରିଛନ୍ତି ମୁକେଶ ।

'ନକଲି ଔଷଧ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଲୋକ ଦେଖାଣିଆ'

ରାଜ୍ୟରେ ନକଲି ମେଡିସିନ ବିକ୍ରେତାଙ୍କ ସହ ଡ୍ରଗ କଣ୍ଟ୍ରୋଲରଙ୍କର ରହିଛି ମଧୁ ଚନ୍ଦ୍ରିକା । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । କୋରୋନା ସମୟରେ ଓଡିଶା ସରକାର ଲୋକଙ୍କ ଠାରୁ ପଇସା ଶୋଷିବାରେ ପଛାଉ ନାହାଁନ୍ତି । ଦ୍ବିତୀୟ ଲହରରେ ବିଭିନ୍ନ ଆଡୁ ମେଡିସିନ ଆଣି ଡ୍ରଗ କଣ୍ଟ୍ରୋଲର ଓ ମେଡିସିନ ବ୍ୟବସାୟୀ ମିଶି ବେପାର କରୁଛନ୍ତି । ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଲୋକ ଦେଖାଣିଆ କହିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ରାଜ୍ୟ ସରକାର ଏହି ଘଟଣାରେ ନିଜ ଆଡୁ କେନ୍ଦ୍ରୀୟ ତଦନ୍ତ ପାଇଁ ଚିଠି ଲେଖନ୍ତୁ । ଉଚିତ ତଦନ୍ତ ହେଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ।

ସୂଚନାଥାଉକି ରାଜ୍ୟରେ ମହାମାରୀ କୋରୋନା ସମୟରେ ବ୍ୟାପକ ପରିମାଣରେ ନକଲି ଔଷଧ କାରବାର ହୋଇଥିବା ଜଣାପଡିଛି । କଟକରେ ନକଲି ଔଷଧ କାରବାର ଧରାପଡିବା ପରେ ରାଜ୍ୟ ସରକାର ଚେତିଛନ୍ତି ଏବଂ ସାରା ରାଜ୍ୟର ଚଢାଉ କରିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ଏହାକୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Jun 16, 2021, 5:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.