ETV Bharat / city

ରାଜ୍ୟର 5 ଜିଲ୍ଲାରେ ମରୁଡି ଆଶଙ୍କା: କୃଷି ମନ୍ତ୍ରୀ

author img

By

Published : Jul 15, 2021, 4:22 PM IST

ରାଜ୍ୟରେ 5 ଜିଲ୍ଲାରେ ମରୁଡି ସ୍ଥିତି ସୃଷ୍ଚି ହେବା ନେଇ ଆଶଙ୍କା ପ୍ରକାଶ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ । କହିଲେ ସ୍ବାଭାବିକ ପରିମାଣର ବର୍ଷା ନ ହେଲେ ଗ୍ରହଣ କରିବୁ ଆପତ୍ତିକାଳୀନ ବ୍ୟବସ୍ଥା । ଅଧିକ ପଢନ୍ତୁ....

ରାଜ୍ୟର 5 ଜିଲ୍ଲାରେ ମରୁଡି ଆଶଙ୍କା: କୃଷି ମନ୍ତ୍ରୀ
ରାଜ୍ୟର 5 ଜିଲ୍ଲାରେ ମରୁଡି ଆଶଙ୍କା: କୃଷି ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ମରୁଡି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବର୍ଷା ଅଭାବରୁ 5 ଜିଲ୍ଲାର 27 ବ୍ଳକରେ ଗଜା ମରୁଡ଼ି ସୃଷ୍ଟି ହୋଇପାରେ । ଏ ନେଇ ଆଶଙ୍କା କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

ରାଜ୍ୟର 5 ଜିଲ୍ଲାରେ ମରୁଡି ଆଶଙ୍କା: କୃଷି ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି, ରାଜ୍ୟର 5 ଜିଲ୍ଲାର 27 ବ୍ଲକରେ ସ୍ବାଭାବିକ ଠାରୁ କମ ପରିମାଣର ବର୍ଷା ହୋଇଛି । ତେଣୁ କେନ୍ଦୁଝର, ଅନୁଗୁଳ, ଗଜପତି, ଭଦ୍ରକ ଓ ବୌଦ୍ଧ ଜିଲ୍ଲାରେ ଗଜା ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ଆଶା କରୁଛୁ ଖୁବଶୀଘ୍ର ବର୍ଷା ହେବା ଫଳରେ ସ୍ଥିତି ସ୍ଵାଭାବିକ ହେବ । ନ ହେଲେ ଆଗକୁ ଏଥିପାଇଁ ଆମେ ଆପତ୍ତିକାଳୀନ ସହାୟତା ବ୍ୟବସ୍ଥା କରିବୁ । ରାଜ୍ୟରେ ସାରର ଅଭାବ ରହିଛି । ମାତ୍ର ଆମେ ତାକୁ ସଂଗ୍ରହ କରିବାକୁ ଚେଷ୍ଟା କରୁଛୁ । ଚାଷୀଙ୍କୁ ବିହନ ବି ଯୋଗାଇ ଦେଇଛୁ ବୋଲି କୃଷି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.