ETV Bharat / city

Night Curfew in Odisha: ଏବେ ଆବଶ୍ୟକତା ନାହିଁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Dec 27, 2021, 2:29 PM IST

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଏବେ ସ୍ଥିତି ଭଲ ରହିଛି । ଏଣୁ ନାଇଟ କର୍ଫ୍ୟୁର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

Night Curfew in Odisha: ଏବେ ଆବଶ୍ୟକତା ନାହିଁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
Night Curfew in Odisha: ଏବେ ଆବଶ୍ୟକତା ନାହିଁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ନାଇଟ କର୍ଫ୍ୟୁକୁ ନେଇ ମତ ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଏବେ ଯାଏଁ ଓଡ଼ିଶାର ସ୍ଥିତି ଭଲ ଅଛି । ଏଣୁ ନାଇଟ କର୍ଫ୍ୟୁ କି ଲକଡାଉନର ଆବଶ୍ୟକତା ନାହିଁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Night Curfew in Odisha: ଏବେ ଆବଶ୍ୟକତା ନାହିଁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଏହା ବି ପଢନ୍ତୁ: CORONA Vaccination: ୨୫ ଲକ୍ଷ ପିଲା ନେବେ କୋରୋନା ଟିକା, ଜାନୁଆରୀ ୧ରୁ ପଞ୍ଜୀକରଣ

କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପଜିଟିଭ ହାର 10 ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେସନ ଆବଶ୍ୟକ ପଡିପାରେ । ସେହିପରି ରାଜ୍ୟରେ ସଂକ୍ରମଣ ବଢିଲେ ଲକଡ଼ାଉନ ଭଳି ନିୟମର ଆବଶ୍ୟକ ପଡିପାରେ ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଆମ ରାଜ୍ୟରେ ଯେତିକି ବିଦେଶ ଫେରନ୍ତା ଆସିଛନ୍ତି ସେମାନଙ୍କ ମଧ୍ୟରୁ 18 ଜଣଙ୍କର ରିପୋର୍ଟ ପଜିଟିଭ ବାହାରିଥିଲା ।

ଏହା ବି ପଢନ୍ତୁ: Odisha Corona Report: ଦିନକରେ 123 ନୂଆ ସଂକ୍ରମିତ

ତେବେ ସେଥି ମଧ୍ୟରୁ 8 ଜଣ ଓମିକ୍ରନ ଭାରିଏଣ୍ଟର ଆକ୍ରାନ୍ତ ହୋଇଥିଲେ । ବାକି 10 ଜଣଙ୍କର ରିପୋର୍ଟ ନେଗେଟିଭ ଆସିଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପଜିଟିଭ ହାର 10 ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେସେନ ଓ ସଂକ୍ରମଣ ବଢିଲେ ଏହିଭଳି ନିୟମର ଆବଶ୍ୟକ ପଡ଼ିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.