ETV Bharat / city

ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : Jul 23, 2021, 12:42 PM IST

ଆରମ୍ଭ ହେଲା ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ସେହିପରି ଆଜି(ଶୁକ୍ରବାର) ଅପରାହ୍ନରେ କୁଳପତିମାନଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

ଆରମ୍ଭ ହେଲା ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ
ଆରମ୍ଭ ହେଲା ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଆରମ୍ଭ ହେଲା ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ସେହିପରି ଆଜି(ଶୁକ୍ରବାର) ଅପରାହ୍ନରେ କୁଳପତିମାନଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।

ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ବିଶ୍ବବିଦ୍ୟାଳୟ ଗୁଡ଼ିକର କୁଳପତିମାନଙ୍କୁ ନେଇ ଅପରାହ୍ନ ୩ଟାରେ ଆୟୋଜିତ ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବିଭାଗୀୟ ସଚିବ, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷଙ୍କ ସମେତ ବହୁ ଶିକ୍ଷାବିତ୍ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆରମ୍ଭ ହେଲା ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଏହାସହ ବିଭିନ୍ନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କ ସହ ମଧ୍ୟ ଦିନ ୨ରୁ ସନ୍ଧ୍ୟା୬ ଟା ମଧ୍ୟରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ୟୁଜି-ପିଜି ପରୀକ୍ଷାର ସମୀକ୍ଷା ସମେତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଶ୍ରେଣୀଗୃହ ପାଠପଢ଼ା ନେଇ ଆଲୋଚନା ହେବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.