ETV Bharat / city

ଚିନ୍ତା ବଢ଼ାଉଛି ଡେଙ୍ଗୁ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ

author img

By

Published : Sep 3, 2022, 5:17 PM IST

ରାଜ୍ୟରେ ବୃଦ୍ଧି ପାଉଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୩୦୯ ରୋଗୀ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧୨୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ଚିନ୍ତା ବଢ଼ାଉଛି ଡେଙ୍ଗୁ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ
ଚିନ୍ତା ବଢ଼ାଉଛି ଡେଙ୍ଗୁ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ

ଭୁବନେଶ୍ବର: ଚିନ୍ତା ବଢ଼ାଇଲାଣି ଡେଙ୍ଗୁ । ରାଜ୍ୟରେ ନିୟମିତ ଭାବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୩୦୯ ରୋଗୀ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧୨୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି(Khurda Reported Highest Dengue Positive Cases) । ରାଜ୍ୟରେ ନିୟମିତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ଚିନ୍ତା ବଢ଼ାଉଛି ଡେଙ୍ଗୁ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ

ତେବେ ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ, "ରାଜ୍ୟରେ ବହୁତ ପରିମାଣରେ ଟେଷ୍ଟ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୨୨ ହଜାର ୬୮ ଜଣଙ୍କର ନମୁନା ପରୀକ୍ଷା ସରିଥିବାବେଳେ, ସେମାନଙ୍କ ମଧ୍ୟରୁ ୨୩୦୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲେଟଲେଟ ପର୍ଯ୍ୟାପ୍ତ ପରିମାଣରେ ରହିଛି । ରାଜ୍ୟରେ ୯ଟି ରକ୍ତ ଭଣ୍ଡାରରେ ପ୍ଲେଟଲେଟ ପୃଥକୀକରଣ ୟୁନିଟ କାର୍ଯ୍ୟକ୍ଷମ ଅଛି ।" ତେବେ ଗତବର୍ଷ ୧୦ହଜାର ୮୩୩ ନମୁନା ପରୀକ୍ଷା ହୋଇଥିଲାବେଳେ, ସେମାନଙ୍କ ମଧ୍ୟରୁ ୨ ହଜାର ୮୭୮ ରୋଗୀ ଚିହ୍ନଟ ହୋଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Odisha Corona Cases, ରାଜ୍ୟରେ 200 ତଳେ ସଂକ୍ରମଣ

ଚଳିତ ବର୍ଷ ଖୋର୍ଦ୍ଧାରେ ସର୍ବାଧିକ ୧୧୨୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ, କୋରାପୁଟରେ ୩୪୨, ମାଲକାନଗିରିରେ ୧୭୭, ରାୟଗଡ଼ାରେ ୨୬୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି, "ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ନିୟମିତ ବଢ଼ୁଛି । ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ୫ରୁ ୧୦ ଡେଙ୍ଗୁ ଆକ୍ରାନ୍ତ ଭର୍ତ୍ତି ହେଉଛନ୍ତି । ଗତକାଲି କ୍ୟାପିଟାଲ ହସ୍ପିଟାଲରେ ୨୯ ଡେଙ୍ଗୁ ରୋଗୀ ଥିଲେ । ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୪ ରେ ପହଞ୍ଚିଛି । ଗୁରୁତର ଡେଙ୍ଗୁ ରୋଗୀଙ୍କ ଲାଗି ପ୍ଲେଟଲେଟ ଯୋଗାଇ ଦିଆଯାଉଛି । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ବି ଏଠାରୁ ପ୍ଲେଟଲେଟ ମିଳିବାରେ ଅସୁବିଧା ନାହିଁ ।"

ତେବେ ରକ୍ତ ସଂଗ୍ରହ ଉପରେ ହିଁ ପ୍ଲେଟଲେଟର ଉପଲବ୍ଧତା ନିର୍ଭର କରୁଛି ବୋଲି ସେ କହିଛନ୍ତି । ଏନେଇ ସଚେତନ ହେବାର ଆବଶ୍ୟକତା ରହିଛି । ଡେଙ୍ଗୁ ରୋଗ (Dengue scare in odisha) ଦେଖାଗଲେ ଚିକିତ୍ସା କରିବା ସହ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ । ଏହାର ସ୍ବତନ୍ତ୍ର କୌଣସି ଚିକିତ୍ସା ନଥିଲେ ମଧ୍ୟ ଜ୍ବର କମିବା ପାଇଁ ଔଷଧ ଖାଇବା ଆବଶ୍ୟକ ।

ଯଦି ଜ୍ଵର ନକମେ ତେବେ ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଆଡମିଟ ହେବା ଉଚିତ୍‌ । ଘର ଚାରିପାଖ ସଫାସୁତୁରା ରଖିବା ସହିତ ସପ୍ତାହକୁ ଗୋଟିଏ ଦିନ ଡ୍ରାଏ ଡେ ପାଳନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.