ETV Bharat / city

କୋରୋନା କୋପ: ଦିନକରେ ରାଜ୍ୟରେ ଆଉ 68 ମୃତ

author img

By

Published : Jul 13, 2021, 9:55 AM IST

Updated : Jul 13, 2021, 10:13 AM IST

ରାଜ୍ୟରେ ବଢୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି(ମଙ୍ଗଳବାର) ଗୋଟିଏ ଦିନରେ ରାଜ୍ୟରେ ଆଉ 68 କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଦିନକରେ ରାଜ୍ୟରେ ଆଉ 68 ମୃତ
ଦିନକରେ ରାଜ୍ୟରେ ଆଉ 68 ମୃତ

ଭୁବନେଶ୍ବର: ରାଜ୍ୟରେ କମିବାର ନାଁ ନେଉ ନାହିଁ କୋରୋନା ମୃତ୍ୟୁ । ବଢିଚାଲିଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ 68 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 17ଜଣଙ୍କ ଜୀବନ ଯାଇଛି ।

ଆଜିର ମୃତକଙ୍କ ମଧ୍ୟରୁ ନୂଆପଡା, ବାଲେଶ୍ବର, କନ୍ଧମାଳକୁ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନୁଗୋଳରୁ 3, ବରଗଡରୁ 6, ବଲାଙ୍ଗୀରରୁ 2, କଟକରୁ 2, ଢେଙ୍କାନାଳରୁ 2, ଗଞ୍ଜାମରୁ 7, ଯାଜପୁରରୁ 3, ଝାରସୁଗୁଡାରୁ 2, କେନ୍ଦ୍ରାପଡାରୁ 2, ମୟୂରଭଞ୍ଜରୁ 6 ଜଣଙ୍କର ଜୀବନ ଯାଇଛି ।

ସେହିପରି କେନ୍ଦୁଝରରୁ 2ଜଣ, ନୟାଗଡରୁ 2, ପୁରୀରୁ 4ଜଣ ଓ ସୁନ୍ଦରଗଡରୁ 5ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତ୍ୟୁ ରିପୋର୍ଟ ଆଧାରରେ ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା 4,730କୁ ବୃଦ୍ଧି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2021, 10:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.