ETV Bharat / city

Corona Death Report; ଦିନକରେ ଗଲା ଆଉ 4 ଜୀବନ

author img

By

Published : Oct 8, 2021, 1:12 PM IST

ଆଜି(ଶୁକ୍ରବାର) ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୪ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୨୩୮ଜଣଙ୍କ ଜୀବନ ନେଲାଣି ମହାମାରୀ । ଅଧିକ ପଢନ୍ତୁ...

corona death report; ଗଲା ଆଉ 4 ଜୀବନ
corona death report; ଗଲା ଆଉ 4 ଜୀବନ

ଭୁବନେଶ୍ବର: ଲଗାତାର ଦୁଇ ଦିନ ହେବ ୫ରୁ ଅଧିକ ମୃତ୍ୟୁସଂଖ୍ୟା ରହୁଥିବା ତାହା କମିଛି । ରିପୋର୍ଟ ଅନୁସାରେ ଆଜି(ଶୁକ୍ରବାର) ରାଜ୍ୟରେ ଆଜି ଆଉ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୨୩୮କୁ ବୃଦ୍ଧି ହୋଇଛି ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ କଟକ. ସୁନ୍ଦରଗଡ, ନୟାଗଡ ଓ କନ୍ଧମାଳରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୭୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୦ ହଜାର ୫୧୮ କୁ ବୃଦ୍ଧି ପାଇଛି । ସଂକ୍ରମଣ କମିଥିଲେ ମଧ୍ୟ ଦିନେ ବଢୁଛି ଦିନେ କମୁଛି । ମୃତ୍ୟୁସଂଖ୍ୟାର ସମାନ ସ୍ଥିତି ରହିିଛି । ଆଗକୁ ତୃତୀୟ ଲହର ବିପଦ ସଙ୍କେତ ଦେଖିବାକୁ ମିଳିଲାଣି । ଏପଟେ ସ୍ମାର୍ଟ ସିଟିକୁ ଫେରିଛି କଣ୍ଟେନମେଣ୍ଟ୍‌ ଜୋନ୍‌ । ଶୀତଋତୁ ଥିବାରୁ ସଂକ୍ରମଣ ବୃଦ୍ଧି ହେବା ସମ୍ଭାବନା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.