ETV Bharat / city

State Corona Death Report; ଆଖି ବୁଜିଲେ ଆଉ 8 ଜଣ

author img

By

Published : Sep 8, 2021, 10:43 AM IST

ରାଜ୍ୟରେ ତଳମୁହାଁ ହୋଇଛି କୋରୋନାଜନିତ ମୃତ୍ୟୁସଂଖ୍ୟା । ଆଜି(ବୁଧବାର) ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ...

ଆଖି ବୁଜିଲେ ଆଉ 8 ଜଣ
ଆଖି ବୁଜିଲେ ଆଉ 8 ଜଣ

ଭୁବନେଶ୍ବର: କିଛି ଦିନ ହେବ କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଆଜି(ବୁଧବାର) ରାଜ୍ୟରେ ଆଉ ୮ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ଓ ଢେଙ୍କାନାଳରୁ ୨ଜଣ ଆଖି ବୁଜିଥିବାବେଳେ ଅନୁଗୋଳ, ବାଲେଶ୍ବର, କେନ୍ଦୁଝର ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଆଜିର ମୃତ୍ୟୁ ରିପୋର୍ଟକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୮,୦୭୦କୁ ବୃଦ୍ଧି ହୋଇଛି ।

୨୪ ଘଣ୍ଟାରେ ୭୬୨ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧ଦ୨ଜଣ ୧୮ ବର୍ଷରୁ କମ୍ ରହିଛନ୍ତି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୮ ହଜାର ୫୯୧ ଜଣ ସୁସ୍ଥ ହୋଇସାରିଛନ୍ତି । ୬ ହଜାର ୮୫୩ ଜଣ ଚିକିତ୍ସାଧୀନ ଅଛନ୍ତି । ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ଆଗକୁ ତୃତୀୟ ଲହର ଆଶଙ୍କା ରହିଛି । ଏ ନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.