ETV Bharat / city

କୋରୋନା ଆକ୍ରାନ୍ତଙ୍କ ଦେବଦୂତ ସୁରଜ ରାଉତ, ଅକ୍ସିଜେନ ସହ ଯୋଗାଉଛନ୍ତି ଆମ୍ବୁଲାନ୍ସ

author img

By

Published : May 11, 2021, 11:04 PM IST

ସାରା ଦେଶରେ ମହାମାରୀ କୋରୋନାର ପ୍ରକୋପ । ରୋଗୀଙ୍କ ସେବା କରିବାକୁ ନିଜ ଘର ପରିବାର ଛାଡି ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଉଛନ୍ତି ଖୋର୍ଦ୍ଧାର ସୁରଜ କୁମାର ରାଉତ । ଲୋକଙ୍କୁ ଯୋଗାଉଛନ୍ତି ଅକ୍ସିଜେନ ସହ ଆମ୍ବୁଲାନ୍ସ ସେବା । ଅଧିକ ପଢନ୍ତୁ...

corona warrior suraj rout help covid19 infected people in khurdha
କୋରୋନା ଆକ୍ରାନ୍ତଙ୍କ ଦେବଦୂତ ସାଜିଛନ୍ତି ସୂରଜ ରାଉତ

ଭୁବନେଶ୍ବର: କୋରୋନା ଆକ୍ରାନ୍ତଙ୍କ ଦେବଦୂତ ସାଜିଛନ୍ତି ସୁରଜ ରାଉତ । ରୋଗୀଙ୍କ ସେବା କରିବାକୁ ନିଜ ଘର ପରିବାର ଛାଡି ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଉଛନ୍ତି ଖୋର୍ଦ୍ଧାର ସ୍ବେଚ୍ଛାସେବୀ ।

କୋରୋନା ଆକ୍ରାନ୍ତଙ୍କ ଦେବଦୂତ ସାଜିଛନ୍ତି ସୂରଜ ରାଉତ

ରଣଭୂଇଁକୁ ଯିବା ପୂର୍ବରୁ ପ୍ରସ୍ତୁତ ହେଉଥିବା ଏହି ଯୋଦ୍ଧା ଜଣଙ୍କ ହେଉଛନ୍ତି ସୁରଜ କୁମାର ରାଉତ । ସୁରଜ କୋରୋନା ମହାମାରୀର ଉଗ୍ର ରୂପ ଓ ଏହାକୁ ନେଇ ବଢୁଥିବା ସାମାଜିକ ଉପେକ୍ଷା ଦେଖିବା ପରେ ଏଭଳି ବେଶ ଧାରଣ କରିଛନ୍ତି । ପିପିଇ କିଟ ପରିଧାନ କରି ସୁରଜ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାର ଦାୟିତ୍ବ ନେଇଛନ୍ତି । ଏଥିପାଇଁ ସେ ନିଜ ସୋସିଆଲ ମିଡିଆରେ ନିଜ ମୋବାଇଲ ନମ୍ବରକୁ ସାର୍ବଜନୀନ କରାଇ ଅଧିକ ବିପନ୍ନଙ୍କ ନିକଟରେ ପହଞ୍ଚିବାର ପ୍ରୟାସ କରିଛନ୍ତି । କୋରୋନା ସଂକ୍ରମିତଙ୍କୁ ସହାୟତା କରିବା ପାଇଁ ସୁରଜ ନିଜ ଗାଡିକୁ ଦେଇଛନ୍ତି ଆମ୍ବୁଲାନ୍ସର ରୂପ । ଏଥିରେ ଜ୍ବର ମାପକ ଯନ୍ତ୍ର ଠାରୁ ସାନିଟାଇଜର ଓ ପିପିଇ କିଟ ସବୁ କିଛି ମହଜୁଦ ରହିଛି । ଜରୁରୀ ରୋଗୀମାନଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା କରିଛନ୍ତି । ଆବଶ୍ୟକୀୟ ଔଷଧ ମଧ୍ୟ ପାଖରେ ରଖିଛନ୍ତି ।

ବିଗତ ୧୫ ଦିନ ମଧ୍ୟରେ ସେ ୧୨ ଜଣ ରୋଗୀଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ପହଞ୍ଚାଇଛନ୍ତି । କୋରୋନା ଆରମ୍ଭରୁ ସଂକ୍ରମିତ ମାନଙ୍କୁ ସହାୟତା ପାଇଁ ସେ କଳିଙ୍ଗ ଭାରତୀୟ ନାଗରିକ ନାମରେ ଏକ ସଂଗଠନ ଗଢ଼ିଛନ୍ତି । ଆମେମାନେ ପରସ୍ପରକୁ ସାହାଯ୍ୟ କରିବା ଆବଶ୍ୟକ । ଖୋର୍ଦ୍ଧା ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଆମ୍ବୁଲାନ୍ସ ପାଇଁ ୭୯୭୮୭୫୬୩୭୨ ନମ୍ବରରେ ଯୋଗାଯୋଗ କରିବା ପାଇଁ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଂଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.