ETV Bharat / city

ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ମାସ୍କ ପିନ୍ଧିବାକୁ ଓ ଟିକା ନେବାକୁ ପରାମର୍ଶ

author img

By

Published : Jun 23, 2022, 4:16 PM IST

ରାଜ୍ୟରେ ଉପରମୁହାଁ ହେଲାଣି କରୋନା ସଂକ୍ରମଣ । ଧୀରେ ଧୀରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଆଗକୁ ମଧ୍ୟ ସଂକ୍ରମଣ ଆହୁରି ବଢ଼ିବ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ମାସ୍କ ପିନ୍ଧିବାକୁ ଓ ଟିକା ନେବାକୁ ପରାମର୍ଶ
ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ମାସ୍କ ପିନ୍ଧିବାକୁ ଓ ଟିକା ନେବାକୁ ପରାମର୍ଶ

ଭୁବନେଶ୍ବର : ପୁଣି ଉପରମୁହାଁ ହେଲାଣି କରୋନା ସଂକ୍ରମଣ । ବଢ଼ୁଥିବା ମାମଲାକୁ ନଜରରେ ରଖି ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଧୀରେ ଧୀରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଆଗକୁ ମଧ୍ୟ ସଂକ୍ରମଣ ବଢ଼ିବ । ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ମାସ୍କ ପିନ୍ଧିବାକୁ ଓ ଟିକା ନେବାକୁ ପରାମର୍ଶ

ସଂକ୍ରମଣ ବଢିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ପୂର୍ବ ଦିନମାନଙ୍କରେ ସଂକ୍ରମଣ ଦେଖିଲେ କିଛି ଦିନ ହେଲା ବଢି ବଢି ଚାଲିଛି । ଯେଉଁ ସର୍ଭିଲାନ୍ସ କରାଯାଉଛି ସେଥିପାଇଁ ସଂକ୍ରମଣ ଅଧିକ ଚିହ୍ନଟ ହେଉଛନ୍ତି । ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରନ୍ତୁ । ଯାହା ଫଳରେ ସ୍ବାସ୍ଥ୍ୟ ବିଭାଗକୁ ଅଧିକ ପଦକ୍ଷେପ କଣ ନିଆଯିବ ସେନେଇ ଉଚିତ ପଦକ୍ଷେପ ନେବେ। ପ୍ରିକସନ ଠିକ ଭାବରେ ନନେଲେ ଏହି ସଂଖ୍ୟା ବଢ଼ିପାରେ" ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ତେବେ କଟକ, ପୁରୀ, ଭୁବନେଶ୍ୱର ସହରମାନଙ୍କରେ ଟେଷ୍ଟ ବଢ଼େଇବା ଆରମ୍ଭ ହୋଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସଂକ୍ରମଣ ହାର ରାଜ୍ୟରେ ବଢୁଛି । ଏନେଇ କିଛି ଦିନ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଯେଉଁଥିରେ ଟେଷ୍ଟ ଓ ସର୍ଭିଲାନ୍ସକୁ ଗୁରୁତ୍ୱ ଦିଆଯାଇଥିଲା । ପୂର୍ବରୁ ସଂକ୍ରମଣ କମ ଥିବାରୁ ଟେଷ୍ଟିଙ୍ଗ ପାଇଁ ଅନେକ କର୍ମଚାରୀଙ୍କୁ ବାହାର କରାଯାଇଥିଲା । ତେବେ ବର୍ତ୍ତମାନ ଏମାନଙ୍କୁ ପୁଣିଥରେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.