ETV Bharat / city

କୋରୋନା ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେବେ ସମସ୍ତ ବିଧାୟକ

author img

By

Published : Jul 29, 2020, 3:56 PM IST

କୋରୋନା ମୁକାବିଲା ଓ ପରିଚାଳନାକୁ ନେଇ ବୁଧବାର ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସବୁ ବିଧାୟକମାନଙ୍କୁ ନେଇ ହେବ ଏହି ବୈଠକ ।

corona
କୋରୋନା ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ରାଜ୍ୟରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ନେଇ କୋରୋନା ମୁକାବିଲା ଓ ପରିଚାଳନାକୁ ନେଇ ବୁଧବାର ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସବୁ ବିଧାୟକମାନଙ୍କୁ ନେଇ ହେବ ଏହି ବୈଠକ ।

meeting
କୋରୋନା ମୁକାବିଲା ନେଇ ସ୍ୱାସ୍ଥ୍ୟବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ବିଧାୟକଙ୍କୁ ଚିଠି ଲେଖି ‘କୋଭିଡ-୧୯’ ସଚେତନତା ପାଇଁ କର୍ମଶାଳାରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି । ବିଧାୟକମାନେ ନିଜ ନିଜ ଜିଲ୍ଲାର ମୁଖ୍ୟାଳୟରେ ରହି ଭିଡିଓ କନ୍ସଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ସାମିଲ ହେବେ।

meetingmeeting
କୋରୋନା ମୁକାବିଲା ନେଇ ସ୍ୱାସ୍ଥ୍ୟବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ବୁଧବାର ଅପରାହ୍ନ ୫ଟାରେ ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ବୈଠକରେ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ ସମ୍ମାନରେ ଏକ ମିନିଟର ନିରବ ପ୍ରାର୍ଥନା, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାଗତ ଭାଷଣ, ରାଜ୍ୟର କୋରୋନା ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ସୂଚନା ଦେବେ।

ଏହାପରେ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ନିଜର ମତ ରଖିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାୟକମାନଙ୍କୁ ସମ୍ବୋଧିତ କରିବେ । ପ୍ରଥମଥର ପାଇଁ ଏହି ବୈଠକରେ ସମସ୍ତ ବିଧାୟକଙ୍କୁ ସାମିଲ କରିବା ଲାଗି ନିମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର । ସବୁ ଦଳର ବିଧାୟକମାନେ ଯୋଗ ଦେବାକୁ କୁହାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.