ETV Bharat / city

ଓଡିଶାରେ ବଢିଲା କୋରୋନା ଭୟ: ଗୋଟିଏ ଦିନରେ 15 ଆକ୍ରାନ୍ତ

author img

By

Published : Apr 3, 2020, 11:57 PM IST

ଶୁକ୍ରବାର ରାଜ୍ୟରେ ଆଉ 15 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏମାନଙ୍କ ମଧ୍ୟରେ ସୂର୍ଯ୍ୟନଗରରୁ କେବଳ 7 ଜଣ ରହିଛନ୍ତି । ଅଧିକ ପଢନ୍ତୁ...

ଓଡିଶାରେ ବଢିଲା କୋରୋନା ଭୟ: ଗୋଟିଏ ଦିନରେ 15 ଆକ୍ରାନ୍ତ
ଓଡିଶାରେ ବଢିଲା କୋରୋନା ଭୟ: ଗୋଟିଏ ଦିନରେ 15 ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 20 ଛୁଇଁଛି । ଶୁକ୍ରବାର ଗୋଟିଏ ଦିନରେ 15 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ଏହି ସୂଚନା ଦିଆଯାଇଛି । ଶୁକ୍ରବାର 15 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏମାନଙ୍କ ମଧ୍ୟରେ ସୂର୍ଯ୍ୟନଗରରୁ କେବଳ 7 ଜଣ ରହିଛନ୍ତି । ଏମାନେ ସମସ୍ତେ ଗୁରୁବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟ । ଏହାସହ ବମିଖାଲରୁ 3 ଓ କଟକରୁ ଜଣେ ଅଛନ୍ତି । ସେହିପରି ନୂଆ ଜାଗା ଭାବେ ଭଦ୍ରକରୁ 2 ଜଣ ଏବଂ ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

corona positive case increases to 20 in Odisha
ଓଡିଶାରେ ବଢିଲା କୋରୋନା ଭୟ: ଗୋଟିଏ ଦିନରେ 15 ଆକ୍ରାନ୍ତ

ଶୁକ୍ରବାର 282ଟି ରିପୋର୍ଟ ଟେଷ୍ଟ କରାଯାଇଛି । ଏବେ ଯାଏଁ ମୋଟ 1395ଟି ନମୁନା ପରୀକ୍ଷା ହୋଇଛି । ସେଥିରୁ 20ଟି ପଜିଟିଭ ଆସିଛି । ତେବେ ଯାହା ଆଶଙ୍କା କରାଯାଉଥିଲା ଧିରେ ଧିରେ ତାହା ସତ ହେବାରେ ଲାଗିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଦିଲ୍ଲୀ ନିଜାମୁଦ୍ଦିନର ସମାବେଶରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.