ETV Bharat / city

Ukraine Crisis: ଓଡିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କଲେ ଓଡିଶା ସରକାର

author img

By

Published : Feb 25, 2022, 10:15 PM IST

ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିବା ପରେ ସେଠାରେ ଅନେକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି । ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

Control Room Number declared by state govt for Odia students trapped in Ukraine
ୟୁକ୍ରେନ୍‌ରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି

ଭୁବନେଶ୍ବର: ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିବା ପରେ ସେଠାରେ ଅନେକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି । ସେପଟେ ସେମାନଙ୍କୁ ଭାରତକୁ ଫେରାଇ ଆଣିବାକୁ ପ୍ରଚେଷ୍ଟା କରାଯାଉଛି । ତେବେ ୟୁକ୍ରେନ୍‌ରେ ବିମାନ ସେବା ଉପରେ କଟକଣା ଲାଗିଥିବାରୁ ସେମାନଙ୍କୁ ଉଦ୍ଧାର କରିବାରେ ସମସ୍ୟା ଉତ୍ପନ୍ନ ହୋଇଛି ।

ଓଡ଼ିଆ ଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କରାଯାଇଛି । ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ ଏହି ନମ୍ବର ବ୍ୟବହାର କରି ପରାମର୍ଶ ନେଇ ପାରିବେ । ଏହି ନମ୍ବର ଗୁଡ଼ିକ ହେଉଛି 0674-2534177, 7682982668 । ଏହାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରେସ ରିଲିଜ୍‌ ଜାରି କରାଯାଇଛି ।

ୟୁକ୍ରେନରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଫସି ରହିଛନ୍ତି । ଏହାକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ି ଯାଇଥିବା ବେଳେ ସେମାନଙ୍କ ପିଲାମାନଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ସେପଟେ ଭାରତ ସରକାର ପୋଲାଣ୍ଡ ଓ ହଙ୍ଗରୀ ବିମାନ ବନ୍ଦରରୁ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ପ୍ରଚେଷ୍ଟା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.