ETV Bharat / city

ସୁରଙ୍କ କୋରୋନା ଟିପ୍ସ...

author img

By

Published : Mar 15, 2020, 2:36 PM IST

କୋରୋନାକୁ ନେଇ ସାରା ରାଜ୍ୟରେ ଆତଙ୍କ ଦେଖାଦେଇଥିବାବେଳେ କଂଗ୍ରେସ ବିଧାୟକ ସୁର ରାଉତରାୟ ଦେଇଛନ୍ତି କୋରୋନାରୁ ମୁକ୍ତି ପାଇବାର ଟିପ୍ସ । ହାତ ଧୋଇ ଭାତ ଖାଇଲେ କିଛି ହେବନି ବୋଲି ସେ କହିଛନ୍ତି ।

congress mla sura routray
ସୁରଙ୍କ କୋରୋନା ଟିପ୍ସ...

ଭୁବନେଶ୍ବର: କୋରୋନାକୁ ନେଇ ସାରା ରାଜ୍ୟରେ ଆତଙ୍କ ଦେଖାଦେଇଛି। ସବୁଠି କଟକଣା। ସବୁଆଡେ କାର୍ଯ୍ୟକ୍ରମ ବାତିଲ। କେଉଁଠି ଏକାଠି ହେଉ ନାହାଁନ୍ତି ଲୋକେ। ଘରୁ ବାହାରିଲା ବେଳେ ବି ସତର୍କତା ଅବଲମ୍ବନ କରୁଛନ୍ତି। ହେଲେ କୋରୋନାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଭିନ୍ନ କଥା କହିଛନ୍ତି। ହାତ ଧୋଇ ଭାତ ଖାଇଲେ କୋରୋନା ହେବନାହିଁ ବୋଲି ସେ କହିଛନ୍ତି ।

ସୁରଙ୍କ କୋରୋନା ଟିପ୍ସ...

ଜଟଣୀ ହରିରାଜପୁର ଦୋଳ ମେଳଣରେ ସାମିଲ ହୋଇ ସେ ଏକଥା କହିଛନ୍ତି । ମେଳଣରେ ହଜାର ହଜାର ଲୋକ ଏକାଠି ହୋଇଥିବାବେଳେ ସ୍ଥାନୀୟ ବିଧାୟକ ଭାବରେ ସୁର ରାଉତରାୟ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ତେବେ କୋରୋନା ଭୟ ଦୂର କରିବାକୁ ସେ କହିଛନ୍ତି, ‘ହାତ ଧୋଇ ଭାତ ଖାଅ, ଗୋଡ ଧୋଇ ସୁଅ। କୋରୋନା ହେବ ନାହିଁ।’ ବାବା ସୋମନାଥଙ୍କ ସ୍ଥାନ ଏଠାରେ କାହାକୁ କୋରୋନା ହେବ ହେବ ନାହିଁ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.