ETV Bharat / city

‘କୋଭିଡ୍ ସେବକ’ ନିଯୁକ୍ତ କଲା କଂଗ୍ରେସ, ଓଡିଶାରୁ 5

author img

By

Published : May 30, 2021, 9:17 PM IST

‘କୋଭିଡ୍ ସେବକ’ ନିଯୁକ୍ତ କଲା କଂଗ୍ରେସ । ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମତି କ୍ରମେ ଓଡିଶାରୁ ଅନୁମୋଦନ ହେଲେ 5 । ଅଧିକ ପଢନ୍ତୁ...

‘କୋଭିଡ୍ ସେବକ’ ନିଯୁକ୍ତ କଲା କଂଗ୍ରେସ, ଓଡିଶାରୁ 5
‘କୋଭିଡ୍ ସେବକ’ ନିଯୁକ୍ତ କଲା କଂଗ୍ରେସ, ଓଡିଶାରୁ 5

ଭୁବନେଶ୍ବର : ପୂର୍ବତନ ଏଆଇସିସି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ କହିଛନ୍ତି କୋରୋନା ମହାମାରୀ କାଳରେ ଦେଶ ଓ ରାଜ୍ୟରେ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି । କରୋନାକୁ ମୁକାବିଲା କରିବାକୁ ହେଲେ ପ୍ରଥମେ ଦେଶରେ ସମସ୍ତ ଜନସାଧାରଣଙ୍କୁ ଟିକା ନେବା ଉଚିତ । ଟିକା ନେବା ନେଇ କେନ୍ଦ୍ର ସରକାର ଯେଉଁ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା କରିଛନ୍ତି ତାହା ଠିକ୍ ନୁହେଁ ବୋଲି କହିଛନ୍ତି ରାହୁଲ।

‘କୋଭିଡ୍ ସେବକ’ ନିଯୁକ୍ତ କଲା କଂଗ୍ରେସ, ଓଡିଶାରୁ 5
‘କୋଭିଡ୍ ସେବକ’ ନିଯୁକ୍ତ କଲା କଂଗ୍ରେସ, ଓଡିଶାରୁ 5

ରାହୁଲ ଆହୁରି ମଧ୍ୟ କହିଛନ୍ତି, ସରକାର ଟିକା ଦେଇ ପାରୁନାହାଁନ୍ତି, ଅନଲାଇନ ପଞ୍ଜିକରଣ କଲେ ମଧ୍ୟ ସ୍ଲଟ ମିଳୁନାହିଁ ,ଭାରତର କେତେ ପ୍ରତିଶତ ଜନସାଧାରଣ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ, ତାହା କେନ୍ଦ୍ର ସରକରା ଜାଣି ରଖିବା ଉଚିତ ।

‘କୋଭିଡ୍ ସେବକ’ ନିଯୁକ୍ତ କଲା କଂଗ୍ରେସ, ଓଡିଶାରୁ 5
‘କୋଭିଡ୍ ସେବକ’ ନିଯୁକ୍ତ କଲା କଂଗ୍ରେସ, ଓଡିଶାରୁ 5

ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି କଂଗ୍ରେସ ସାମାଜିକ ଗଣମାଧ୍ୟମ ସେଲ ୧୮ ବର୍ଷରୁ ଉର୍ଦ୍ଧ୍ବ ଜନସାଧାରଣଙ୍କୁ ପଞ୍ଜିକରଣ କ୍ଷେତ୍ରରେ ସାହାଯ୍ୟ କରିବାକୁ ଆଗେଇ ଆସିଛି । ଏହି ଅବସରରେ ଟିକା ନେବା ପଞ୍ଜିକରଣକୁ ସୂଚାରୁରୂପେ କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଦଳର ସାମାଜିକ ଗଣମାଧ୍ୟମ ଶାଖା ଓଡ଼ିଶାର ୫ ଜଣଙ୍କୁ “କଂଗ୍ରେସ କୋଭିଡ ସେବକ” ଭାବେ ଦାଇତ୍ବ ଦେଇଛନ୍ତି। ଏନେଇ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଓଡ଼ିଶା କଂଗ୍ରେସ ସାମଜିକ ଗଣମାଧ୍ୟମର ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ସୂଚନା ଦେଇଛନ୍ତି ।

ଅଭିଷେକ କହିଛନ୍ତି ଓଡ଼ିଶାରୁ “କଂଗ୍ରେସ କୋଭିଡ ସେବକ” ଭାବେ ମନୋନୀତ ହୋଇଛନ୍ତି ଚେତନ ମିଶ୍ର, ଚନ୍ଦନ ରାୟ, ମୁରଲୀଧର ନାୟକ, ମିହିର ରାୟ ଓ ସୁବାଷ ନାୟକ । ଏହି 5 ଜଣ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର କଂଗ୍ରେସ ଜିଲ୍ଲା ସଭାପତି ଏବଂ ନେତୃବୃନ୍ଦଙ୍କ ସହ ସମ୍ମନ୍ବୟ ରଖି କାର୍ଯ୍ୟ ଆରମ୍ଭ କରିବେ । ଜିଲ୍ଲାସ୍ତର, ବ୍ଲକସ୍ତର ଓ ପଞ୍ଚାୟତ ସ୍ତରର କୋଭିଡ ସେବକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ଏହି କାର୍ଯ୍ୟକୁ ଆଗେଇ ନେବାରେ ସାହାଯ୍ୟ କରିବା ନେଇ ସେ ସୂଚନା ଦେଇଛି ଦଳ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.