ETV Bharat / city

ମୁକୁଳା ପଡ଼ିଛି ଡ୍ରେନ୍‌, BMC କମିଶନରଙ୍କ ବିରୋଧରେ ଡିସିପିଙ୍କୁ ଅଭିଯୋଗ

author img

By

Published : Sep 20, 2021, 7:24 PM IST

ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ମାମଲାରେ BMC କମିଶନରଙ୍କ ବିରୋଧରେ ଡିସିପିଙ୍କ ନିକଟରେ ଫେରାଦ ହେଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

ମୁକୁଳା ପଡ଼ିଛି ଡ୍ରେନ୍‌, BMC କମିଶନରଙ୍କ ବିରୋଧରେ ଡିସିପିଙ୍କୁ ଅଭିଯୋଗ
ମୁକୁଳା ପଡ଼ିଛି ଡ୍ରେନ୍‌, BMC କମିଶନରଙ୍କ ବିରୋଧରେ ଡିସିପିଙ୍କୁ ଅଭିଯୋଗ

ଭୁବନେଶ୍ବର: BMC କମିଶନରଙ୍କ ବିରୋଧରେ ଡିସିପିଙ୍କ ନିକଟରେ ଫେରାଦ ହେଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ । ଡ୍ରେନ ନିର୍ମାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଡ୍ରେନ ନଷ୍ଟ ହେଉଛି । ନିର୍ମାଣ ନାଁରେ ଅନେକ ଡ୍ରେନ୍‌ ମୁକୁଳା ପଡ଼ିଛି । ଫଳରେ ନିରୀହ ଜନସାଧାରଣ ଦୁର୍ଘଟଣାର ଶିକାର ହେବା ସହ ପ୍ରାଣ ହରାଉଛନ୍ତି ।

ମୁକୁଳା ପଡ଼ିଛି ଡ୍ରେନ୍‌, BMC କମିଶନରଙ୍କ ବିରୋଧରେ ଡିସିପିଙ୍କୁ ଅଭିଯୋଗ

ରାଜଧାନୀର ମୁଖ୍ୟ 10ଟି ଡ୍ରେନ୍‌ର ଅବସ୍ଥା କହିଲେ ନସରେ । କେଉଁ ଡ୍ରେନ ଅଧା ନିର୍ମାଣ ହୋଇ ପଡ଼ି ରହିଛି ତ କେଉଠି ଡ୍ରେନ ଭାଙ୍ଗି ଦଦରା ଅବସ୍ଥା ପଡ଼ି ରହିଛି । ଏଥିପାଇଁ କାହାରି ନା କାହାରି ଜୀବନ ଯାଉଛି । ଏହି ସବୁ ଦୁର୍ଘଟଣା ପାଇଁ BMC କମିଶନର ନିଜେ ଦାୟୀ । ରାଜଧାନୀର ଡ୍ରେନ୍‌ରେ ଜଣେ ଦଶମ ଶ୍ରେଣୀ ଛାତ୍ର ପାଣିରେ ଭାସିଯିବା କେଉଁଠି ନା କେଉଁଠି BMCର ପାରିବା ପଣିଆ ଉପରେ ପ୍ରଶ୍ନ ଉଠୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହାକୁ ନେଇ BMC କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ସୌଭାଗ୍ୟ ନଗରରେ ଏକ ଡ୍ରେନ୍‌ରେ ଭାଷିଯାଇ ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତ୍ୟୁ ହୋଇଛି । ଏହି ଦୁଃଖଦ ଘଟଣା ବର୍ତ୍ତମାନ ରାଜଧାନୀର ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରମୁଖ ରାଜନୈତିକ ଦଳ ରାଜଧାନୀର ଏଭଳି ଘଟଣାକୁ ନେଇ ସରକାରଙ୍କୁ ଘେରିବା ସହ BMCକୁ ଦାୟୀ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.