ETV Bharat / city

ଆଗକୁ ଆସୁଛି ପାର୍ବଣ ଋତୁ, ସଚେତନ ନହେଲେ ବଢିପାରେ କୋଭିଡ ସଂକ୍ରମଣ: ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By

Published : Aug 24, 2021, 5:43 PM IST

୩ୟ ଲହରକୁ ନେଇ ଜନସାଧାରଣଙ୍କୁ ସର୍ତକ କରାଇଲେ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । କୋଭିଡ ସଂକ୍ରମଣ ରୋକିବାକୁ ହେଲେ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ବକୁ ସଠିକ୍ ରୂପେ ପାଳନ କରିବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଆଗକୁ ଆସୁଛି ପାର୍ବଣ ଋତୁ, ସଚେତନ ନେହେଲେ ବଢିପାରେ କୋଭିଡ ସଂକ୍ରମଣ: ସ୍ବାସ୍ଥ୍ୟ ବିଶେଷଜ୍ଞ
ଆଗକୁ ଆସୁଛି ପାର୍ବଣ ଋତୁ, ସଚେତନ ନେହେଲେ ବଢିପାରେ କୋଭିଡ ସଂକ୍ରମଣ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ ହେବାରେ ଲାଗିଛି କୋରୋନା ସଂକ୍ରମଣ । ତେବେ ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ଏନେଇ ଆଗକୁ ଆସୁଛି ପାର୍ବଣ ଋତୁ ଆସୁଥିବାରୁ ଏବେଠୁ ସଚେତନ ନ ହେଲେ ସ୍ଥିତି ବିଗିଡି ଯାଇପାରେ ବୋଲି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ତେବେ ପାର୍ବଣ ସମୟରେ ଲୋକମାନେ ବାହାରକୁ ଆସି ଭିଡ଼ ନ କରିବାକୁ ଅନୁରୋଧ କରିଛନ୍ତି । ଘରେ ରହି ସମସ୍ତେ କୋଭିଡର ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 1ମ ଲହରରେ ଶିଶୁମାନେ ସଂକ୍ରମିତ ହେଉଥିଲେ ଆଉ ଏବେ ମଧ୍ୟ ସଂକ୍ରମିତ ହେଉଛନ୍ତି ।

ଆଗକୁ ଆସୁଛି ପାର୍ବଣ ଋତୁ, ସଚେତନ ନେହେଲେ ବଢିପାରେ କୋଭିଡ ସଂକ୍ରମଣ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଯେହେତୁ ରାଜ୍ୟରେ 18 ବର୍ଷରୁ କମ୍ ପିଲାଙ୍କୁ ଟୀକାକରଣ କରାଯାଇନାହିଁ, ତେଣୁ ସେମାନେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଛି । ଅନ୍ୟପଟେ ଟିକା ନେବା ପରେ ବି ଲୋକମାନେ ଅଧିକ ସଂକ୍ରମିତ ହେଉଛନ୍ତି । କିନ୍ତୁ ଗୁରୁତର ହେଉନଥିବା ନେଇ ସୂଚନା ଦେଇଛନ୍ତି । ତଥାପି ଶିଶୁଙ୍କ ଉପରେ ନଜର ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର କହିଛନ୍ତି କି ଆଗକୁ ଆସୁଛି ପାର୍ବଣ ଋତୁ । ଏନେଇ ଲୋକମାନେ ସଚେତନ ରହିବା ଆବଶ୍ୟକ । ଯଦି ସଚେତନ ନ ରୁହନ୍ତି ତେବେ ଆଗକୁ ସ୍ଥିତି ଗମ୍ଭୀର ହେବା ସହ ବଢିପାରେ ସଂକ୍ରମଣ । ତେଣୁ ପାର୍ବଣ ଋତୁକୁ ଭୁଲିଯିବା ଆବଶ୍ୟକ । ମନ୍ଦିର ପ୍ରବେଶ ଉତ୍ସବ ପାଳନ କରିବା ଆଦିରୁ ଜନସାଧାରଣ ନିବୃତ୍ତ ରୁହନ୍ତୁ । ସୂଚନାନୁସାରେ ଦେଶରେ ଦୈନିକ 4 ଲକ୍ଷ ସଂକ୍ରମଣ ଛୁଇଁପାରେ ଯଦି ଏମିତି ହୁଏ ତେବେ ଓଡ଼ିଶାରେ ଦୈନିକ ସଂକ୍ରମଣ 14 ହଜାର ଚିହ୍ନଟ ହେବ।ସହ ତୃତୀୟ ଲହର ପାଇଁ ଯାହା ଆବଶ୍ୟକ ରହିଛି ସେ ତୁଳନାରେ ଅଧିକ ପ୍ରସ୍ତୁତ ରହିବା ନେଇ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.