ETV Bharat / city

ବାଲେଶ୍ଵର ଓ ତିର୍ତ୍ତୋଲବାସୀଙ୍କ ସହିତ କଥା ହେବେ ନବୀନ

author img

By

Published : Nov 12, 2020, 1:20 PM IST

ଉପନିର୍ବାଚନରେ ବିପୁଳ ବିଜୟ ପରେ ବାଲେଶ୍ଵର ଓ ତିର୍ତ୍ତୋଲ ବାସୀଙ୍କ ସହିତ କଥା ହେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଉପନିର୍ବାଚନରେ ବିପୁଳ ବିଜୟ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ଵର ଓ ତିର୍ତ୍ତୋଲ ବାସୀଙ୍କ ସହିତ କଥା ହେବେ । ଯେଉଁଭଳି ଭାବେ ବିଜେଡିକୁ ଲୋକେ ବିଶ୍ବାସକୁ ନେବା ସହ ଅଦ୍ଭୂତପୂର୍ବ ସଫଳତା ଦେଲେ ସେନେଇ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ କୃତଜ୍ଞତା ଜଣାଇବେ ନବୀନ । ଏନେଇ ଆଜି ସନ୍ଧ୍ୟାରେ ରହିଛି କାର୍ଯ୍ୟକ୍ରମ ।

ପୂର୍ବରୁ ଟ୍ବିଟ୍‌ କରି ଦୁଇ ନିର୍ବାଚନ ମଣ୍ଡଳୀବାସୀଙ୍କୁ ସାଧୁବାଦ ଜଣାଇଥିବାବେଳେ ଭର୍ଚୁଆଲରେ ସେମାନଙ୍କ ସହିତ ଯୋଡି ହୋଇ କୃତଜ୍ଞତା ଜଣାଇବେ ବୋଲି ଜଣାପଡିଛି । ସୂଚନାଥାଉକି, ବାଲେଶ୍ବର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହୋଇଥିଲା । ନଭେମ୍ବର 3 ତାରିଖରେ ମତଦାନ ହୋଇଥିବାବେଳେ 10 ତାରିଖରେ ଗଣତି ହୋଇଥିଲା ।

ତେବେ ଦୁଇଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜିମାତ କରିଛି । ବାଲେଶ୍ବର ସଦରରୁ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ବିଜୟୀ ହୋଇଥିବାବେଳେ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି ।

ସ୍ବରୂପଙ୍କୁ 84 ହଜାର 097ଖଣ୍ଡ ଭୋଟ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ମାନସ ଦତ୍ତଙ୍କୁ 70 ହଜାର 746ଖଣ୍ଡ ଭୋଟ ମିଳିଥିଲା । ସେହିପରି ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ 88, 310 ଭୋଟ ପାଇଥିବାବେଳେ ବିଜେପି 46,607 ଭୋଟ ପାଇ ଦ୍ବିତୀୟରେ ରହିଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.