ETV Bharat / city

କ୍ୟାପିଟାଲ ହସ୍ପିଟାଲରୁ ‘ମୋ ସରକାର’ ଶୁଭାରମ୍ଭ, ରୋଗୀଙ୍କ ସହ କଥାହେଲେ ନବୀନ

author img

By

Published : Oct 2, 2019, 7:16 PM IST

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ‘ମୋ ସରକାର’ । କ୍ୟାପିଟାଲ ହସପିଟାଲରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫଟୋ ସୈଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀରୁ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ କ୍ୟାପିଟାଲ ହସପିଟାଲରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜି ନଅ ଜଣ ରୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ ସମସ୍ୟା ବୁଝିଥିବା କହିଛନ୍ତି ।

ଶୁଭାରମ୍ଭ ହେଲା ‘ମୋ ସରକାର’

ମେଡିକାଲକୁ ଆସୁଥିବା ରୋଗୀ ଅଭିଯୋଗ ଶୁଣାଇବା ପାଇଁ ଟୋଲ ଫ୍ରି ନମ୍ବର 14545ରେ ଫୋନ କରି ଅଭିଯୋଗ କରିବେ । ଯଦି ଅଭିଯୋଗ ସତ୍ୟ ହୋଇଥାଏ ତେବେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ଦେଲେ ସ୍ବାସ୍ଥ୍ୟ ସଚିବ ।

କାର୍ଯ୍ୟକ୍ରମ ଜରିଆରେ ପ୍ରଥମେ ମତାମତ ନିଆଯିବ । ପ୍ରତିକୂଳ ମତାମତ ହେଲେ କର୍ମଚାରୀଙ୍କ ବିରୁଦ୍ଧରେ ତଦନ୍ତ ହେବ । ଅଭିଯୋଗ ସତ୍ୟ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସଚିବ ପ୍ରମୋଦ ମେହେର୍ଦ୍ଦା କହିଛନ୍ତି । ସେ ଆହୁରି କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ସବୁ ଜିଲ୍ଲା ମେଡିକାଲରୁ ମତାମତ ନିଆଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ମେଡିକାଲକୁ ଯୋଜନାରେ ସାମିଲ କରାଯିବ ବୋଲି ସଚିବ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

BLANK  FOR LINK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.