ETV Bharat / city

Bharat Bandh: ରାଜଧାନୀରେ IOCL ସମ୍ମୁଖରେ ଧାରଣା ଦେଲା CITU

author img

By

Published : Mar 28, 2022, 7:30 PM IST

Bharat Bandh: ରାଜଧାନୀରେ IOCL ସମ୍ମୁଖରେ ଧାରଣା ଦେଲା CITU
Bharat Bandh: ରାଜଧାନୀରେ IOCL ସମ୍ମୁଖରେ ଧାରଣା ଦେଲା CITU

କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଆଜି ଓ କାଲି ଭାରତବନ୍ଦ ଡାକରା । ରାଜଧାନୀରେ IOCL ସମ୍ମୁଖରେ ଧାରଣା ଦେଲା CITU । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଭିନ୍ନ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ୧୨ ଦଫା ଦାବିରେ ଆଜି(ସୋମବାର) ଓ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ଏ ନେଇ ରାଜଧାନୀରେ ଇଣ୍ଡିଆନ ଅଏଲ କର୍ପୋରେସନ(IOCL) ସମ୍ମୁଖରେ ଧାରଣା ଦିଆଯାଇଛି । ରାଷ୍ଟ୍ରୀୟ ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନ (CITU) ପକ୍ଷରୁ ଆନ୍ଦୋଳନକାରୀମାନେ ଧାରଣା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ଭାରତ ବନ୍ଦ ପାଳନ କରୁଛି ଟ୍ରେଡ ୟୁନିୟନ ।

ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଶ୍ରମ କୋଡ୍ ପ୍ରତ୍ୟାହାର, ଦରଦାମ ନିୟନ୍ତ୍ରଣ କରିବା ସହ ୧୨ ଦଫା ଦାବି ନେଇ ବନ୍ଦ ପାଳନ ହେଉଛି । ଧର୍ମଘଟକୁ ବ୍ୟାଙ୍କ ୟୁନିୟନ ସମର୍ଥନ କରିଥିବାବେଳେ ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘ ଗୁଡିକ ମଧ୍ୟ ସମର୍ଥନ ଜଣାଇ ଧର୍ମଘଟରେ ସାମିଲ ହୋଇଛନ୍ତି । ଏହାସହ ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ ସଂଘ, ଦୂରସଞ୍ଚାର କର୍ମଚାରୀ ସଂଘ, ଆୟକର ବିଭାଗ କର୍ମଚାରୀ ସଂଘଗୁଡିକ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଦୁଇ ଦିନିଆ ଭାରତ ବନ୍ଦରେ ସାମିଲ ହୋଇଛନ୍ତି ।

Bharat Bandh: ରାଜଧାନୀରେ IOCL ସମ୍ମୁଖରେ ଧାରଣା ଦେଲା CITU

ଆନ୍ଦୋଳନରେ କଳ କାରଖାନା, ଦୋକାନ ବଜାର, ବସ, ଟ୍ରକ ଚଳାଚଳ ଓ ପରିବହନ ସେବା ମଧ୍ୟ ବନ୍ଦ କରାଯାଇଛି। ତେବେ ମୁଖ୍ୟତଃ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଯେଉଁ ଦ୍ବାରା ବୃଦ୍ଧି କରୁଛନ୍ତି ତାହା ସିଧାସଳଖ ଖାଉଟି ଉପରେ ପ୍ରଭାବ ପକାଉଛି । ତେଣୁ ଶ୍ରମିକ ଟିଏ ନାହିଁ ନଥିବା ହଇରାଣ ହେଉଛି । ସେଥିପାଇଁ ସରକାର ଆଉ ଗରିବ ପେଟକୁ ଲାତ ନମାରି ଲୋକଙ୍କୁ ବଞ୍ଚାଇବା ସହ ଦେଶକୁ ବଞ୍ଚାନ୍ତୁ ବୋଲି ସଂଘ ଦାବି କରିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.