ETV Bharat / city

MI Syndrome: ୩ରୁ ଅଧିକ ଦିନ ଜ୍ବର ସହ ପେଟ କାଟିଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

author img

By

Published : Sep 9, 2021, 7:52 PM IST

କୋଭିଡ଼ରେ ଆକ୍ରାନ୍ତ ପରେ ପିଲାଙ୍କ ଦେହରେ ଦେଖାଯାଉଥିବା MI Syndromeକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ପିଲାଙ୍କ ଦେହରେ ୩ରୁ ଅଧିକ ଦିନ ଜ୍ବର ସହ ପେଟ କାଟିଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ କହିଛନ୍ତି । ଅଧିକ ପଢନ୍ତୁ...

MI Syndrome: ୩ରୁ ଅଧିକ ଦିନ ଜ୍ବର ସହ ପେଟ କାଟିଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ
MI Syndrome: ୩ରୁ ଅଧିକ ଦିନ ଜ୍ବର ସହ ପେଟ କାଟିଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ଭୁବନେଶ୍ବର: MI Syndromeରେ ରାଜ୍ୟରେ ଜଣେ ପିଲାଙ୍କ ମୃତ୍ୟୁ ଘଟିବା ପରେ ଚିନ୍ତାରେ ରାଜ୍ୟ ସରକାର । ସେପଟେ ଏ ରୋଗ ସମ୍ପର୍କରେ ମତ ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ପିଲାଙ୍କୁ ୩ରୁ ଅଧିକ ଦିନ ଜ୍ବର ହେବା ସହ ପେଟ କାଟିବା ଭଳି ସମସ୍ୟା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସଠିକ ସମୟରେ ରୋଗକୁ ଚିହ୍ନଟ କରାଯାଇପାରିଲେ ଏହାକୁ ଶୀଘ୍ର ଭଲ କରାଯାଇପାରିବ ବୋଲି କହିଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ ।

MI Syndrome: ୩ରୁ ଅଧିକ ଦିନ ଜ୍ବର ସହ ପେଟ କାଟିଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ଏମ.ଆଇ ସିଣ୍ଡ୍ରୋମ ପ୍ରଥମ ଲହର ସମୟରେ ସାମ୍ନାକୁ ଆସିଥିଲା । ଏହି ସମୟରେ ଜ୍ବର, ବାନ୍ତି, ଦେହ ହାତ ଲାଲ୍ ପଡ଼ିବା ଭଳି ସମସ୍ୟା ସହ ହୃଦରୋଗ ଭଳି ସମସ୍ୟା ଦେଖିବାକୁ ମିଳୁଛି । କୋଭିଡ଼ର ୨ରୁ ୬ ସପ୍ତାହ ପରେ ଏଥିରେ ସଂକ୍ରମିତ ହେଉଛନ୍ତି ପିଲା । ୧ ଲକ୍ଷରେ ଆମ ଦେଶରେ ୨୦ରୁ ୩୦ ପିଲା ସଂକ୍ରମିତ ହେବାର ଆଶଙ୍କା ରହିଛି । ପାଶ୍ଚାତ୍ୟ ଦେଶ ତୁଳନାରେ ଏସୀୟ ମହାଦେଶରେ ତଥା ଆମ ଦେଶରେ ଏହି ସଂଖ୍ୟା ସାମାନ୍ୟ ଅଧିକ ରହିଛି । ୬ ରୁ ୧୦ ବର୍ଷ ପିଲା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି । ୬ ବର୍ଷ ରୁ କମ ପିଲା ସଂକ୍ରମିତ ହେବାର ଆଶଙ୍କା କମ ରହିଛି ବୋଲି କହିଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ ।

ସେହିପରି ୧୦ ରୁ ୧୮ ବର୍ଷ ପିଲାଙ୍କ ପାଇଁ ଏହି ସମୟରେ ହୃଦରୋଗ ଜନିତ ସମସ୍ୟା ଦେଖାଯିବା ଅଧିକ ଆଶଙ୍କା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ MI Syndrome ରାଜ୍ୟରେ ଜଣେ ପିଲା ମୃତ୍ୟୁ ଘଟିଥିବା ନଜରକୁ ଆସିଛି । ୩ରୁ ଅଧିକ ଦିନ ଜ୍ବର ହେବା ସହ ପେଟ କାଟିବା ଭଳି ସମସ୍ୟା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ବିଶେଷଜ୍ଞ ମତ ଦେଇଛନ୍ତି । ସଠିକ ସମୟରେ ରୋଗର ଚିହ୍ନଟ କରାଯାଇପାରିଲେ ଏହାକୁ ଭଲ କରାଯାଇପାରିବ ସେ କହିଛନ୍ତି ।

ଏହି ସିଣ୍ଡ୍ରୋମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । 0ରୁ 18 ବର୍ଷ ବୟସର ସଂକ୍ରମିତ ପିଲାଙ୍କ ମଧ୍ୟରୁ 80 ପ୍ରତିଶତ ପିଲାଙ୍କ ଲକ୍ଷଣ ନାହିଁ । 15 ପ୍ରତିଶତଙ୍କ ସାମାନ୍ୟ ଲକ୍ଷଣ ଓ ବାକି 5 ପ୍ରତିଶତଙ୍କ ଅଧିକ ଲକ୍ଷଣ ରହୁଛି । ସେହି 5 ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ସେମାନଙ୍କ ଭିତରୁ 3 ପ୍ରତିଶତ ଅକ୍ସିଜେନ ସାହାଯ୍ୟରେ ଠିକ ହୋଇଯାଉଛନ୍ତି । 2 ପ୍ରତିଶତଙ୍କୁ ICU ଦରକାର ପଡୁଛି । ଏହି ସବୁ ଭିତରେ ବହୁତ କମ ପିଲାଙ୍କୁ MI Syndrome ହୋଇପାରେ । ଏହା କୋଭିଡରୁ ସୁସ୍ଥ ହୋଇଥିବାର 4ରୁ 6 ସପ୍ତାହ ଭିତରେ ପିଲାଙ୍କ ଭିତରେ ଦେଖାଯାଇଥାଏ । ପିଲାଙ୍କ ପ୍ରତିଶେଧକ ଶକ୍ତିରେ ସଂକ୍ରମଣ ହେବାରୁ ଏହା ହୁଏ ବୋଲି କହିଛନ୍ତି ପାଣିଗ୍ରାହୀ ।

କ'ଣ ଦେଖାଯାଏ ଲକ୍ଷଣ ?

MI syndromeରେ ପୀଡିତ ହେଲେ ଆଖି, ପାଟି, ପାଦ ଲାଲ ପଡିଯିବ । ପତଳା ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ବି ହେବ । ଧୀରେ ଧୀରେ ଶରୀରର ସବୁ ଅଙ୍ଗ ସଂକ୍ରମିତ ହୋଇଯିବ । ଯେଉଁଥିପାଇଁ ଶରୀରରେ ଅଧିକାଂଶ ଅଙ୍ଗ ଖରାପ ହୋଇ ଶିଶୁ ଗୁରୁତର ହେବ ।

ଚିକିତ୍ସା ଭାବେ ଅକ୍ସିଜେନ, IV fluid, Supportive therapy ଦିଆଯିବ । ଆବଶ୍ୟକ ପଡ଼ିଲେ ଦାମି ହାଇ ଡୋଜ ଷ୍ଟେରଡ ଦିଆଯିବ । ଯାହା ମହଜୁଦ ଅଛି । ଏହାପରେ ଆମେ ତାକୁ ଅବଜର୍ଭର କରିବୁ । 24 ଘଣ୍ଟାରେ ଠିକ ନ ହେଲେ ପୁଣି IV ଓ ଅନ୍ୟାନ୍ୟ ଔଷଧ ଦିଆଯିବ । ଏ ଦିଗରେ ଶିଶୁ ଚିକିତ୍ସକ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଟ୍ରେନିଂ ଦିଆସରିଛି । ପ୍ରାୟ 12ରୁ 15 ପ୍ରତିଶତ ପିଲା କୋଭିଡ ସଂକ୍ରମିତ ହେଉଛନ୍ତି । ମାତ୍ର 0.2 ପ୍ରତିଶତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭୁବନେଶ୍ବରରେ କିଛି ଶିଶୁଙ୍କ ଏମ.ଆଇ ସିଣ୍ଡ୍ରୋମ ଦେଖାଯାଇଥିଲା । ହେଲେ ଏବେ ସମସ୍ତେ ଠିକ ଅଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.