ETV Bharat / city

Manish Anurag Murder Case: କୋର୍ଟରେ ଚାର୍ଜସିଟ୍ ଦାଖଲ, ଅପହରଣ ନେଇ ଉଠିଲା ବିଭିନ୍ନ ପ୍ରଶ୍ନ

author img

By

Published : Feb 12, 2022, 8:04 PM IST

ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲା । ରାଜଧାନୀ SDJM କୋର୍ଟରେ ଚାର୍ଜସିଟ ଦାଖଲ । ଅଧିକ ପଢନ୍ତୁ

Manish Anurag Murder Case: କୋର୍ଟରେ ଚାର୍ଜସିଟ୍ ଦାଖଲ, ଅପହରଣ ନେଇ ଉଠିଲା ବିଭିନ୍ନ ପ୍ରଶ୍ନ
Manish Anurag Murder Case: କୋର୍ଟରେ ଚାର୍ଜସିଟ୍ ଦାଖଲ, ଅପହରଣ ନେଇ ଉଠିଲା ବିଭିନ୍ନ ପ୍ରଶ୍ନ

ଭୁବନେଶ୍ବର: ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟ ମାମଲା । ଭୁବନେଶ୍ବର SDJM କୋର୍ଟରେ ଚାର୍ଜସିଟ ଦାଖଲ । ପ୍ରାଥମିକ ଚାର୍ଜସିଟରେ ଅମ୍ରିତ ପ୍ରୀତମ, ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଏମାନଙ୍କ ବିରୋଧରେ IPCର ଧାରା ୩୬୪ ଏ / ୩୦୨ ଅର୍ଥାତ ଅପହରଣ ପରେ ହତ୍ୟା ଓ ୨୦୧ ଅର୍ଥାତ ପ୍ରମାଣ ନଷ୍ଟ ୩୪ ଭଳି ମାମଲା ରୁଜୁ କରିଛି । ଘଟଣାର ପାରିପାର୍ଶ୍ବିକ ସ୍ଥିତି, ଫରେନ୍ସିକ ରିପୋର୍ଟ ଓ ସାକ୍ଷୀଙ୍କ ବୟାନ ଆଧାରରେ ଚାର୍ଜସିଟ ଦାଖଲ କରାଯାଇଛି ।

Manish Anurag Murder Case: କୋର୍ଟରେ ଚାର୍ଜସିଟ୍ ଦାଖଲ, ଅପହରଣ ନେଇ ଉଠିଲା ବିଭିନ୍ନ ପ୍ରଶ୍ନ

ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କମିଶନରେଟ ପୋଲିସକୁ ଅନେକ ପ୍ରମାଣ ମିଳିଛି । ସାକ୍ଷୀମାନେ ଯେଭଳି ପ୍ରଭାବିତ ନ ହୁଅନ୍ତି ସେ ନେଇ ଟ୍ରାଏଲ ବେଳେ ସେମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କମିଶନରେଟ ପୋଲିସ କହିଛି। ସେପଟେ ଘଟଣାକୁ ନେଇ ପ୍ରଶ୍ନ କରିଛନ୍ତି ଆଇନିଜୀବୀ । ମୃତକ ମନୀଷ ଭିଡିଓ ଫୁଟେଜରେ ଅଭିଯୁକ୍ତ ମାନଙ୍କ ସହ ଯାଉଛନ୍ତି । ଅନ୍ୟପଟେ ରାତିରେ ଘରକୁ କଲ୍‌ କରି ହୋଟେଲର ବିଲ ଦେବାକୁ ବାଧ୍ୟ କରୁଛନ୍ତି । ତେବେ ଏହି ଘଟଣାକୁ କିପରି ଅପହରଣ ବୋଲି କମିଶନରେଟ ପୋଲିସ ଦର୍ଶାଇଛି ।

ଏନେଇ ପୋଲିସ କି ପ୍ରମାଣ ଯୋଗାଡ କରିଛି ଯାହା ପ୍ରମାଣିତ କରିବା କଷ୍ଟକର ହେବ। ଅନ୍ୟପଟେ ହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । ଠେଲା ପେଲାକୁ ନେଇ ଯଦି ହତ୍ୟା ହୋଇଥାଏ ତେବେ କିଭଳି ସେ ନେଇ ପ୍ରମାଣ ଯୋଗାଡ଼ କରାଯିବ ସେ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଅମ୍ରିତଙ୍କ ଓକିଲ କହିଛନ୍ତି ଘଟଣାରେ ଅମ୍ରିତକୁ ଫସାଇ ଦିଆଯାଇଛି । ତେବେ ଘଟଣାର‌ ଟ୍ରାଏଲ ଆରମ୍ଭ ହେଲେ ଏହି ଘଟଣାରେ ପୋଲିସର ପ୍ରମାଣ ଓ ତଦନ୍ତ ରିପୋର୍ଟରେ କିଭଳି ଅଭିଯୁକ୍ତ ଦୋଷୀ ପ୍ରମାଣିତ ହେବ ଓ ଅଭିଯୁକ୍ତଙ୍କ ଓକିଲକୁ ସରକାରୀ ଓକିଲ କିପରି ସାମ୍ନା କରିବେ ସେନେଇ ପ୍ରଶ୍ନ ଉଠିଛି।

ଡାକ୍ତରଙ୍କ ଅନୁସାରେ ମନୀଷଙ୍କ ମୃତ୍ୟୁ ପୋଖରୀରେ ବୁଡିବା ପୁର୍ବରୁ ହୋଇଛି । ତା ଦେହରେ କୋଣସି କ୍ଷତାକ୍ତ ଚିହ୍ନ ନଥାଇ ମୃତ୍ୟୁ ପୋଖରୀରେ ପଡିବା ପୁର୍ବରୁ ଘଟିଥିବା ଡାକ୍ତର କହିଥିଲେ। ସେତେବେଳେ ତଥ୍ୟ ପ୍ରମାଣ ନ ପାଇବାରୁ ଅଭିଯୁକ୍ତମାନଙ୍କ ଲାଏ ଡିଟେକସନ ଟେଷ୍ଟ ମଧ୍ୟ କରାଯାଇଥିଲା । ଘଟଣାରେ କୌଣସି ପ୍ରତକ୍ଷ୍ୟଦର୍ଶୀ ନ ଥିବା ବେଳେ ପାରିପାର୍ଶ୍ବିକ ସ୍ଥିତି ଓ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ହତ୍ୟାକାରୀ ପ୍ରମାଣ କରିବାରେ କମିଶନରେଟ ପୋଲିସ କି ପ୍ରମାଣ ଓ ତଥ୍ୟ ଚାର୍ଜସିଟରେ ଉଲ୍ଲେଖ କରିଛି ତାହା ଟ୍ରାଏଲ ବେଳେ ପ୍ରତିପକ୍ଷ ଓକିଲଙ୍କ ପାଇଁ ଚ୍ୟାଲେଞ୍ଜ ହେବ।

କ'ଣ ଥିଲା ପୁରା ଘଟଣା ?

ଗତ ବର୍ଷ ଅକ୍ଟୋବର ୯ ତାରିଖରେ ମନୀଷ ନିଜ ସାଙ୍ଗ ଅମ୍ରିତଙ୍କ ସହ ବାହାଘର ବ୍ୟାଚଲର ପାର୍ଟି ଦେବାକୁ ବାହାରିଥିଲେ । ହେଲେ ବିଳମ୍ବିତ ରାତି ଯାଏ ଫେରି ନ ଥିଲେ । ରାତି ପ୍ରାୟ ୨ଟାରେ ମନୀଷ ତାଙ୍କ ଘରକୁ ଫୋନ କରି ଟଙ୍କା ମାଗିଥିଲେ । ତାଙ୍କର କିଛି ସାଙ୍ଗ ତାଙ୍କୁ ଅପହରଣ କରିନେଇଥିବା ପରିବାର ଲୋକଙ୍କୁ କହିଥିଲେ । ଏହାର କିଛି ସମୟ ପରେ ତାଙ୍କ ଫୋନ ସୁଇଚ-ଅଫ ହୋଇଯାଇଥିଲା । ଅପରାହ୍ନରେ ମନୀଷଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ଘଟଣାର ତଦନ୍ତ କରିବା ପରେ ଭୁବନେଶ୍ଵର ଡିସିପି ସେତେବେଳେ କହିଥିଲେ ମନୀଷଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

ଏମାନେ ମନୀଷଙ୍କ ସାଙ୍ଗ ଅମ୍ରିତ ପ୍ରୀତମ ବିଶ୍ବାଳ, ମୃତ୍ୟୁଞ୍ଜୟ ମିଶ୍ର ଓ ଦିନେଶ ବେହେରା ବୋଲି ଡିସିପି ସ୍ପଷ୍ଟ କରିଥିଲେ । ସେମାନଙ୍କୁ ଅପହରଣ, ହତ୍ୟା ଓ ପରେ ପ୍ରମାଣ ଲୁଚାଇବା ସଙ୍ଗୀନ ମାମଲାରେ ଗିରଫ କରିଥିଲା ପୋଲିସ । ଘଟଣାରେ ମନୀଷଙ୍କ ସାଙ୍ଗ ସାଜିଥିଲେ ସୈତାନ, ହତ୍ୟା ପରେ ପୋଖରୀରେ ପିଙ୍ଗିଥିଲେ ମୃତଦେହ। ମନୀଷଙ୍କ ଏହି ୩ଜଣ ସାଙ୍ଗଙ୍କୁ ଆଇପିସି ଧାରା 364a, 264, 201, 302 ଓ 34ରେ ଗିରଫ କରିଥିଲା ପୋଲିସ । ସୂଚନା ମୁତାବକ ଗତ ୧୦ତାରିଖ ସନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ମନୀଷ ଅମ୍ରିତ ସହ ଆସିଥିଲେ ।

ପରେ ଅନ୍ୟ ଦୁଇ ସାଙ୍ଗ ମୃତ୍ୟୁଞ୍ଜୟ ଓ ଦିନେଶ ସହ ଭେଟଘାଟ ପରେ ହୋଟେଲ ସାଉଥସିଟି ଯାଇଥିଲେ। ସେଠାରେ ହୋଇଥିବା ବିଲ ୭୪୦୦ଟଙ୍କା ପୈଠ ପାଇଁ ବାର କର୍ମଚାରୀ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ । ଏନେଇ ମନୀଷ ଘର ଲୋକଙ୍କ ପାଖରୁ ୮ହଜାର ଟଙ୍କା ମଗାଇ ପେମେଣ୍ଟ କରିଥିଲେ । ସେହି ଘଟଣାକୁ ନେଇ ଏଭଳି ଅସମୟରେ ସାଙ୍ଗମାନେ କିପରି ବିଲ୍‌ ପୈଠ କଲେ ନାହିଁ ତାକୁ ନେଇ ୪ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ହୋଟେଲରୁ ବାହାରିବା ପରେ ବାଟରେ ଗଣ୍ଡଗୋଳ ଭୀଷଣ ରୂପ ନେଇଥିଲା । ଏପରିକି ଗାଡି଼ରୁ ବାହାରି ଦୌଡାଦୌଡ଼ି ମଧ୍ୟ ହୋଇଥିଲେ ।

ଏହି ଠେଲାପେଲାରେ ମନୀଷଙ୍କ ଜୀବନ ଯାଇଥିଲା । ସନ୍ଦେହ ନ ହେବା ପାଇଁ ମନୀଷଙ୍କୁ ସାଙ୍ଗମାନେ ନେଇ ପାଖରେ ଥିବା ପୋଖରୀରେ ଫିଙ୍ଗି ଦେଇଥିଲେ । ଏପରିକି ମନୀଷଙ୍କ ଆଖିରେ ଚଷମା ଓ ଚପଲ ସହ ପୁରା ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଅଭିଯୁକ୍ତମାନେ ଯୋଜନା କରିଥିଲେ । କିନ୍ତୁ ସେଠାରୁ ମନୀଷଙ୍କ ମୋବାଇଲ ନେଇ ଆସିଥିଲେ ଅଭିଯୁକ୍ତ । ଅର୍ଥାତ ତାଙ୍କର ମୃତ୍ୟୁକୁ ଲୁଚାଇବାକୁ ୩ ସାଙ୍ଗ ଉଦ୍ୟମ କରିଥିଲେ । ମୋବାଇଲ ମିଳିନଥିବା ବେଳେ ଅପହରଣରେ ବ୍ୟବହୃତ କାର ଜବତ କରାଯାଇଥିଲା ।

ଭୁବନେଶ୍ବରରୁ ତାପସ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.