ETV Bharat / city

3 ଛୁଆଙ୍କୁ ବିଷ ଦେଇ ମା’ର ଆତ୍ମହତ୍ଯା ଉଦ୍ଯମ, ୨ ପୁଅ ମୃତ

author img

By

Published : Mar 28, 2021, 3:09 PM IST

Updated : Mar 28, 2021, 5:37 PM IST

3 ଛୁଆଙ୍କୁ ବିଷ ଦେଇ ମା’ର ଆତ୍ମହତ୍ଯା ଉଦ୍ଯମ, ୨ ପୁଅ ମୃତ
3 ଛୁଆଙ୍କୁ ବିଷ ଦେଇ ମା’ର ଆତ୍ମହତ୍ଯା ଉଦ୍ଯମ, ୨ ପୁଅ ମୃତ

15:00 March 28

3 ଛୁଆଙ୍କୁ ବିଷ ଦେଇ ମା’ର ଆତ୍ମହତ୍ଯା ଉଦ୍ଯମ, ୨ ପୁଅ ମୃତ

3 ଛୁଆଙ୍କୁ ବିଷ ଦେଇ ମା’ର ଆତ୍ମହତ୍ଯା ଉଦ୍ଯମ, ୨ ପୁଅ ମୃତ

ଭୁବନେଶ୍ବର: ୪ ଛୁଆଙ୍କୁ ବିଷ ଦେଇ ମା’ର ଆତ୍ମହତ୍ଯା ଉଦ୍ଯମ । ୨ ପୁଅ ମୃତ । ଚନ୍ଦକା ଥାନା ଅଧୀନ ବିଞ୍ଝଗିରି ଅଞ୍ଚଳ କନ୍ଦଲେଈ ଗାଁର ଜାନକୀ ଗାଗାରେଇ ନାମକ ଜଣେ ମହିଳା ନିଜେ ବିଷ ପିଇବା ସହ ନିଜର 3 ଛୁଆଙ୍କୁ ବିଷ ଦେଇ ଆତ୍ମହତ୍ଯା ଉଦ୍ୟମ କରିଛନ୍ତି । ଘଟଣାରେ 2 ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପୁଅ ଓ  ମା’ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି।  

ମୃତ ଦୁଇ ଶିଶୁଙ୍କ ନାଁ ହେଉଛି ବିଜୁ ଓ ରାଜୁ। ଜଣଙ୍କର ବୟସ 4 ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ 3 ବର୍ଷ ହୋଇଥିବା ଜଣାପଡିଛି। ତେବେ ଗାଗାରେଇ ସ୍ୱାମୀଙ୍କ ମୃତ୍ୟୁ ପରେ ଦିଅରଙ୍କ ସହ ଘରେ ରହୁଥିଲେ । ଦିଅର କାମକୁ ଯାଇଥିବା ବେଳେ ତିନି ଶିଶୁଙ୍କୁ ବିଷ ପିଆଇ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲଲେ ଗାଗାରେଇ। ଏହାଦେଖି  ଗାଁ ଲୋକମାନେ ସେମାନଙ୍କୁ ନେବା ସହ ଦିଅରକୁ ଖବର ଦେଇଥିଲେ । ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ଚନ୍ଦକା ଥାନା ପୋଲିସ ତଦନ୍ତ ଜାରି ରଖିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା ଓ ବିକାଶ କୁମାର ଦାସ, ଇଟିଭି ଭାରତ 

Last Updated : Mar 28, 2021, 5:37 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.