ETV Bharat / city

ଆଜି ଝାରସୁଗୁଡାରେ BSKY ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ

author img

By

Published : Nov 15, 2021, 9:38 AM IST

ଆଜି(ସୋମବାର) ଝାରସୁଗୁଡାରେ ଶୁଭାରମ୍ଭ ହେବ ବିଜୁ ସ୍ମାର୍ଟ ହେଲଥ କାର୍ଡ । ଭର୍ଚ୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଡର ଶୁଭାରମ୍ଭ କରାଯିବ । ଏ ନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ
ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ

ଭୁବନେଶ୍ବର: ସ୍ବାସ୍ଥ୍ୟ କ୍ଷେତ୍ରକୁ ସୃଦୁଢ କରିବାକୁ ଅଣ୍ଟା ବିଢିଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ ହୋଇଛି । ଅନେକ ଜିଲ୍ଲାରେ ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣ ଜାରି ରହିଛି । ଆଜି(ସୋମବାର) ଝାରସୁଗୁଡାରେ ଶୁଭାରମ୍ଭ ହେବ ବିଜୁ ସ୍ମାର୍ଟ ହେଲଥ କାର୍ଡ । ଏନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।

ଏହି କାର୍ଯ୍ୟକ୍ରମ ଭର୍ଚ୍ଚୁଆଲ ମାଧ୍ୟମରେ ହେବା ନେଇ ସୂଚନା ରହିଛି । ରାଜ୍ୟ ସରକାରଙ୍କ ଦ୍ବାରା ଏହି ସ୍ମାର୍ଟ କାର୍ଡ ଲୋକଙ୍କୁ ସ୍ମାର୍ଟ ସହାୟତା ପ୍ରଦାନ କରିବ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ବିଶେଷ କରି ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହୟତା ଦେବ ଏହି ସ୍ମାର୍ଟ ହେଲଥ କାର୍ଡ ।

ଏହା ପୂର୍ବରୁ ମାଲକାନଗିରି, କଳାହାଣ୍ଡି, ନୂଆପଡା, ଦେବଗଡ ଓ ବରଗଡ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣ ସରିଛି । ମାଲକାନଗିରିରୁ ପ୍ରଥମେ ଆରମ୍ଭ ହୋଇଥିଲା ସ୍ବାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା । ରାଜ୍ୟରେ ସାଢେ 3 କୋଟି ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.