ETV Bharat / city

ବମିଖାଲ ଅଞ୍ଚଳକୁ ସିଲ କଲା ବିଏମସି

author img

By

Published : Apr 3, 2020, 11:26 PM IST

ବମିଖାଲରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଛି କଟକଣା । ପୂର୍ବରୁ ଗୁରୁବାର ସୂର୍ଯ୍ୟନଗର ଅଞ୍ଚଳକୁ ସିଲ କରାଯାଇଥିଲା । ଅଧିକ ପଢନ୍ତୁ...

ବମିଖାଲ ଅଞ୍ଚଳକୁ ସିଲ କଲା ବିଏମସି
ବମିଖାଲ ଅଞ୍ଚଳକୁ ସିଲ କଲା ବିଏମସି

ଭୁବନେଶ୍ବର: ବମିଖାଲ ଅଞ୍ଚଳକୁ ସିଲ କରିଛି ଭୁବନେଶ୍ବର ମହାନଗର ନିଗମ(ବିଏମସି) । ଶୁକ୍ରବାର ଏହି ଅଞ୍ଚଳରୁ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଏପରି ପଦକ୍ଷେପ ନେଇଛି ବିଏମସି । ପୂର୍ବରୁ ଗୁରୁବାର ସୂର୍ଯ୍ୟନଗର ଅଞ୍ଚଳକୁ ସିଲ କରାଯାଇଥିଲା ।

ବମିଖାଲରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଛି କଟକଣା । ଏକାମ୍ର ହଲ କାଫେ କଫି ଡେଠାରୁ ଝାରପଡା କେନାଲ ରୋଡ, ପୁଣି ଝାରପଡା କେନାଲ ରୋଡରୁ ଝାରପଡା ଦୁର୍ଗା ମଣ୍ଡପ । ସେହିପରି ଝାରପଡା ଦୁର୍ଗା ମଣ୍ଡପରୁ କଟକ ପୁରୀ ରୋଡ ଡିସିବି ବ୍ୟାଙ୍କ, ପୁଣି ଡିସିବି ବ୍ୟାଙ୍କ ଛକରୁ କାଫେ କଫି ଡେ । ଏହି ପୁରା ରୁଟକୁ ବନ୍ଦ କରାଯାଇଛି । ଏହାକୁ କଣ୍ଟେନମେଣ୍ଟ ଜୋନ ବୋଲି ଘୋଷଣା କରାଯାଇଛି । ଏହି ସବୁ ଅଞ୍ଚଳର ଲୋକଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି । ସେମାନଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାକୁ ଏକ ଟିମ ଗଠନ କରାଯିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.