ETV Bharat / city

ନିଜର ଦୋଷ ଦୁର୍ବଳତା ଘୋଡାଇବା ପାଇଁ ହୀନ ରାଜନୀତି କରୁଛି BJD: ଲେଖାଶ୍ରୀ

author img

By

Published : Nov 21, 2021, 5:23 PM IST

ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦରେ ବିଜେପିର ପ୍ରତିକ୍ରିୟା । ରାଜ୍ୟ ସରକାର ନିଜର ଦୋଷ ଦୁର୍ବଳତା ଘୋଉଡାଇବା ପାଇଁ ହୀନ ରାଜନୀତି କରୁଛନ୍ତି ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଅଧିକ ପଢନ୍ତୁ

BJP Reaction on bjd protest on Gas price hike
ନିଜର ଦୋଷ ଦୁର୍ବଳତା ଘୋଉଡାଇବା ପାଇଁ ହୀନ ରାଜନୀତି କରୁଛି ବିଜେଡି

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡି ପ୍ରତିବାଦ କରିବା ଘୋଷଣା ପରେ ପ୍ରତିକ୍ରିୟା ରଖିଲା ବିଜେପି । ରାଜ୍ୟ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ସରକାର ନିଜର ଦୋଷ ଦୁର୍ବଳତା ଘୋଉଡାଇବା ପାଇଁ ହୀନ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ।

ନିଜର ଦୋଷ ଦୁର୍ବଳତା ଘୋଉଡାଇବା ପାଇଁ ହୀନ ରାଜନୀତି କରୁଛି ବିଜେଡି

ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦ ଡାକରାକୁ ନେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଯେ ଆନ୍ତର୍ଜାତିକ ବଜାରରେ ଦର ବୃଦ୍ଧି ଯୋଗୁଁ ଗ୍ୟାସ ଦର ବଢ଼ିଛି । କେନ୍ଦ୍ର ସରକାର ଗ୍ୟାସ ଦର କମାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ଲୋକେ ଘରେ ଘରେ ହିଟର ବ୍ୟବହାର କରୁଛନ୍ତି । ଲୋକେ ବିଜୁଳି ବିଲ ବଢିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ବିଜୁଳି ଦର କମାନ୍ତୁ ନ ହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଲେଖାଶ୍ରୀ ।

ରାଜ୍ୟରେ ମମିତା ହତ୍ୟାକାଣ୍ଡ, ମାହାଙ୍ଗା ଡବଲ ମର୍ଡର ଓ ପରି ହତ୍ୟାକାଣ୍ଡ ଉପରୁ ନଜର ହଟାଇବା ପାଇଁ କେତେବେଳେ ପେଟ୍ରୋଲ ଦର ତ କେତେ ବେଳେ ଗ୍ୟାସ ଦର ବାହାନା କରି ରାସ୍ତାକୁ ଓହ୍ଲାଉଛି ବିଜେଡି ବୋଲି ଟାର୍ଗେଟ କରିଛନ୍ତି ବିଜେପି । ଏହା ସହ ବିଜେପି ଲୋକଙ୍କ ସହ ରାଜରାସ୍ତାରେ ଛିଡା ହୋଇଥିବା ଯୋଗୁଁ ବିଜେଡି ଲୋକଙ୍କ ସହ ଛିଡା ହେବା ପାଇଁ ବାହାନା ଖୋଜୁଛି । ଏହା ସହ ଆଗକୁ ରାଜ୍ୟରେ ପଞ୍ଚାୟତ ଓ ପୌରନିର୍ବାଚନ ଆସୁଥିବାରୁ ବିଜେଡି ପ୍ରଚାର କରିବା ପାଇଁ ବିଜେଡି ବାହାରିଛି ବୋଲି ଲେଖାଶ୍ରୀ କହିଛନ୍ତି ।

ସୂଚନାଥାଉକି ରନ୍ଧନ ଗ୍ୟାସ ଦର ବୃ୍ଦ୍ଧି ପ୍ରତିବାଦର ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ଆସନ୍ତା ୨୨ରେ କଟକ, ୨୩ରେ ସମ୍ବଲପୁର ଓ ୨୪ ବ୍ରହ୍ମପୁର ଆରଡିସି ଜୋନରେ ଥିବ ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମୀଳନୀରେ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.