ETV Bharat / city

କଳାବଜାରୀ ପାଇଁ ସାର ଅଭାବ ହେଉଛି: ବିଜେପି

author img

By

Published : Jun 22, 2021, 5:39 PM IST

ରାଜ୍ୟରେ ସାରର ଅଭାବ ନେଇ କୃଷି ମନ୍ତ୍ରୀଙ୍କ ଚିଠିର ଜବାବ ଦେଲେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ:

BJP reaction agriculture minister arun sahu letter on fertilizer issue
କଳାବଜାରୀ ପାଇଁ ସାର ଅଭାବ ହେଉଛି

ଭୁବନେଶ୍ବର: ରାଜ୍ୟରେ ସାରର ଅଭାବ ନେଇ କୃଷି ମନ୍ତ୍ରୀଙ୍କ ଚିଠିର ଜବାବ ଦେଲେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଗତ ୭ ବର୍ଷ ଭିତରେ ଓଡ଼ିଶାକୁ ଅଧିକ ପରିମାଣରେ ସାର ଯୋଗଇଛନ୍ତି ମୋଦି ସରକାର । କୃଷିମନ୍ତ୍ରୀ ଅରୁଣ ସାହୁ ଉତ୍ତର ଦିଅନ୍ତୁ କଂଗ୍ରେସ ଶାସନ ସମୟରେ ରାଜ୍ୟକୁ କେତେ ପରିମାଣରେ ସାର ମିଳୁଥିଲା ।

କଳାବଜାରୀ ପାଇଁ ସାର ଅଭାବ ହେଉଛି :ବିଜେପି

କେନ୍ଦ୍ର ସରକାର ରାଜ୍ୟକୁ ଧାନରେ ମଧ୍ୟ ଅଧିକ ଏମଏସପି ଦେଉଛନ୍ତି । ସାର ଉପରେ ମଧ୍ୟ ସବସିଡି ଦେଉଛନ୍ତି । ରାଜ୍ୟ ସରକାର ସାରର ସଠିକ ପରିଚାଳନା କରୁନାହାଁନ୍ତି । ଫଳରେ ସାରର ଅଭାବ ଦେଖାଦେଇଛି । କେନ୍ଦ୍ର ସରକାର ସାର ବିପୁଳ ପରିମାଣରେ ଯୋଗାଇ ଦେଉଛନ୍ତି । ସରକାର କଳାବଜାରୀ ରୋକିବାରେ ଅସଫଳ ହୋଇଛନ୍ତି ବୋଲି କହିଛନ୍ତି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ।

ସୂଚନାଥାଉ କି ଗତକାଲି କୃଷିମନ୍ତ୍ରୀ ଅରୁଣ ସାହୁ ରାଜ୍ୟରେ ସାର ଧାର୍ଯ୍ୟ ପରିମାଣ ଠାରୁ କମ ରହିଥିବା ନେଇ କେନ୍ଦ୍ର ରାୟାୟନ ଓ ସାର ଯୋଗାଣ ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡାଙ୍କୁ ଚିଠି ଲେଖିଥିଲେ । ରାଜ୍ୟରେ ଧାର୍ଯ୍ୟ ଠାରୁ କମ ସାର ପାଇଥିବା ଚିଠିରେ କୃଷିମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରୁର ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.