ETV Bharat / city

ଭୁଆଁ ବୁଲାଉଛନ୍ତି ସରକାର, ବାୟୁ ସ୍ୱାସ୍ଥ୍ୟସେବାରେ ଡାକ୍ତର ବୁହା ହେଉଛନ୍ତି କହିଲା BJP

author img

By

Published : Apr 17, 2022, 8:13 PM IST

ବାୟୁ ସ୍ୱାସ୍ଥ୍ୟ ସେବା କାହା ପାଇଁ ? ରୋଗୀ ନୁହେଁ, ଅଯଥାରେ ଡାକ୍ତରଙ୍କୁ ବୋହୁଛି ଏୟାର ଆମ୍ବୁଲାନ୍ସ । ଏଭଳି ସାଂଘାତିକ ଅଭିଯୋଗ ଆଣିଛି ବିଜେପି ନେତା । ଅଧିକ ପଢ଼ନ୍ତୁ

ଭୁଆଁ ବୁଲାଉଛନ୍ତି ସରକାର, ବାୟୁ ସ୍ୱାସ୍ଥ୍ୟସେବାରେ ଡାକ୍ତର ବୁହା ହେଉଛନ୍ତି କହିଲା ବିଜେପି
ଭୁଆଁ ବୁଲାଉଛନ୍ତି ସରକାର, ବାୟୁ ସ୍ୱାସ୍ଥ୍ୟସେବାରେ ଡାକ୍ତର ବୁହା ହେଉଛନ୍ତି କହିଲା ବିଜେପି

ଭୁବନେଶ୍ବର: ବାୟୁ ସ୍ୱାସ୍ଥ୍ୟ ସେବା କାହା ପାଇଁ ? ରୋଗୀ ନୁହେଁ, ଅଯଥାରେ ଡାକ୍ତରଙ୍କୁ ବୋହୁଛି ଏୟାର ଆମ୍ବୁଲାନ୍ସ (Air Ambulance ) । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଂସଦ ବଳଭଦ୍ର ମାଝୀ । ବିଛିନ୍ନାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ବାୟୁ ସ୍ଵାସ୍ଥ୍ୟସେବା (Chief minister Air Helth Service) । ହେଲେ ଏହି ଯୋଜନାରେ କିଏ ଲାଭାବନ ହେଉଛି ବୋଲି ପ୍ରଶ୍ନ କରିଛନ୍ତି BJP ନେତା ବଳାଭଦ୍ର ମାଝୀ ।

ଭୁଆଁ ବୁଲାଉଛନ୍ତି ସରକାର, ବାୟୁ ସ୍ୱାସ୍ଥ୍ୟସେବାରେ ଡାକ୍ତର ବୁହା ହେଉଛନ୍ତି କହିଲା ବିଜେପି

ଗତ 15 ତାରିଖରେ ଏୟାର ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଯାଇଥିଲେ 4 ଜଣ ଡାକ୍ତର । 15ରେ ଜିଲ୍ଲାକୁ ଯାଇ 16ରେ ଫେରିଥିଲେ । ବଡ଼ କଥା ହେଲା ସେଠି କେବଳ ରକ୍ତ ପରୀକ୍ଷା, ହାଇଡ୍ରୋସିଲ ପରୀକ୍ଷା, ଇସିଜି, ଏକ୍ସରେ, ଏଣ୍ଡୋକ୍ସୋପି ଭଳି ଛୋଟଛୋଟ ଚିକିତ୍ସା କରିଥିଲେ । ଏମିତି ଚିକିତ୍ସା ପାଇଁ 20 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରା ଯିବାର କାରଣ କଣ ବୋଲି ପ୍ରଶ୍ନ କରିଛି ବିଜେପି ।

ଭୁଆଁ ବୁଲାଉଛନ୍ତି ସରକାର, ବାୟୁ ସ୍ୱାସ୍ଥ୍ୟସେବାରେ ଡାକ୍ତର ବୁହା ହେଉଛନ୍ତି କହିଲା ବିଜେପି
ଭୁଆଁ ବୁଲାଉଛନ୍ତି ସରକାର, ବାୟୁ ସ୍ୱାସ୍ଥ୍ୟସେବାରେ ଡାକ୍ତର ବୁହା ହେଉଛନ୍ତି କହିଲା ବିଜେପି

ତେଣୁ ଏହି ଯୋଜନା କାହା ପାଇଁ ରାଜ୍ୟ ସରକାର ଉତ୍ତର ରଖନ୍ତୁ ବୋଲି କହିଛି ବିଜେପି । ନବରଙ୍ଗପୁର ଜିଲ୍ଲାରେ 165 ଡାକ୍ତର ପଦବୀ ଖାଲି ପଡ଼ିଛି ଆଉ ଅନ୍ୟ କର୍ମଚାରୀଙ୍କ ସଂଖ୍ୟା ନକହିବା ଭଲ । ତେଣୁ ଏୟାର ଆମ୍ବୁଲାନ୍ସ ଯୋଜନା କେବେଳ ବିଚ୍ଛିନ୍ନାଞ୍ଚଳ ଲୋକଙ୍କୁ ଭୂଆଁ ବୁଲେଇବା ପାଇଁ କାର୍ଯ୍ୟକାରୀ ହୋଇଛି ବୋଲି ଅଭିଯୋଗ କରିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.