ETV Bharat / city

ମୌସୁମୀ ଅଧିବେଶନରେ ସବୁ ପ୍ରସଙ୍ଗରେ ଘେରିବ ବିଜେପି: ନାଉରୀ ନାୟକ

author img

By

Published : Jun 27, 2022, 9:58 PM IST

ଆଗକୁ ଆସୁଛି ବିଧାନସଭା ମୌସୁମୀ ଅଧିବେଶନ। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ । ଅଧିକ ପଢନ୍ତୁ

ବଜେଟରେ ସବୁ ପ୍ରସଙ୍ଗରେ ଘେରିବ ବିଜେପି: ନାଉରୀ ନାୟକ
ବଜେଟରେ ସବୁ ପ୍ରସଙ୍ଗରେ ଘେରିବ ବିଜେପି: ନାଉରୀ ନାୟକ

ଭୁବନେଶ୍ବର: ଆଗକୁ ଆସୁଛି ବିଧାନସଭା ମୌସୁମୀ ଅଧିବେଶନ। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ । ପ୍ରଥମ ଦିନରେ 2022-23 ପୂର୍ଣ୍ଣାଙ୍ଗ ବଜେଟ ପାରିତ ହେବ। ସେ କହିଛନ୍ତି, ‘‘ରଥଯାତ୍ରା ଜୁଲାଇ 1 ତାରିଖରେ ପଡୁଥିବାରୁ ବିଧାୟକମାନେ ନିଜ ଅଞ୍ଚଳରେ ରଥଯାତ୍ରାରେ ରହିବେ।’’

ସେ ଆହୁରି କହିଥିଲେ, ‘‘ଆଗକୁ ଯେହେତୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରହିଛି, ସେସମୟରେ ବିଧାୟକ ମାନେ ବସି ଆଲୋଚନା କରି ନିଷ୍ପତ୍ତି ନିଆଯିବ । ସରକାରଙ୍କୁ ଘେରିବା ପାଇଁ ବିଭିନ୍ନ ସମସ୍ୟା ରହିଛି । ଚାଷୀ ସମସ୍ୟା, ବିଦ୍ୟୁତ ସମସ୍ୟା ଭଳି ପ୍ରମୁଖ ସମସ୍ୟାକୁ ଅସ୍ତ୍ର କରିବ ବିଜେପି ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.