ETV Bharat / city

ଆସନ୍ତାକାଲି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ପ୍ରତିବାଦ !

author img

By

Published : Feb 21, 2022, 9:32 PM IST

ରାଜ୍ୟରେ ନିର୍ବାଚନୀ ହିଂସା ପ୍ରସଙ୍ଗକୁ ନେଇ ଥମୁନି ବିବାଦ । ପୁଣି ଥରେ ସମାନ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହୋଇଛି ବିଜେପି । ଅଧିକ ପଢନ୍ତୁ

SECଙ୍କୁ ଭେଟିଲା ବିଜେପି : କାଲି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ପ୍ରତିବାଦ !
SECଙ୍କୁ ଭେଟିଲା ବିଜେପି : କାଲି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ପ୍ରତିବାଦ !

ଭୁବନେଶ୍ବର : ରାଜ୍ୟରେ ନିର୍ବାଚନୀ ହିଂସା ପ୍ରସଙ୍ଗକୁ ନେଇ ଥମୁନି ବିବାଦ । ପୁଣି ଥରେ ସମାନ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହୋଇଛି ବିଜେପି । ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ଏକ ୭ ଜଣିଆ ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ ଶାସକ ଦଳର ସ୍ପଷ୍ଟ ଇଙ୍ଗିତରେ ରାଜ୍ୟରେ ନିର୍ବାଚନୀ ହିଂସା କରାଯାଇଛି ।

SECଙ୍କୁ ଭେଟିଲା ବିଜେପି : କାଲି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ପ୍ରତିବାଦ !

ପଞ୍ଚାୟତ ନିର୍ବାଚନ ଆରମ୍ଭ ପୂର୍ବରୁ ଏଭଳି ହିଂସା ପ୍ରସଙ୍ଗକୁ ନେଇ ନିର୍ବାଚନ ଆୟୋଗଙ୍କ ପାଖରେ ବାରମ୍ବାର ଅଭିଯୋଗ ରଖିଥିଲା ବିଜେପି । ଏହା ଏବେ ସତରେ ପରିଣତ ହୋଇଛି । ଏଭଳି ଅଭିଯୋଗକୁ ନିର୍ବାଚନ ଆୟୋଗ ସଠିକ ଭାବରେ ପରିଚାଳନା ନକରିବା କାରଣରୁ ଏଭଳି ଘଟଣା ଘଟିଛି ।

ଏହାବି ପଢନ୍ତୁ : ପୌର ନିର୍ବାଚନ ପାଇଁ ଚୂଡାନ୍ତ ପ୍ରସ୍ତୁତି, ପ୍ରଥମ ଥର ହେବ ନୋଟାର ବ୍ୟବହାର

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ପରେ ବି ସମାନ ଘଟଣା ଘଟୁଛି । ନୟାଗଡ଼ରେ ଇଟାମାଟି ଅଞ୍ଚଳରେ ପ୍ରିଜାଇଡିଂ ଅଫିସର ଭୋଟ ବାକ୍ସ ନେଇଯିବା ଘଟଣା ସାମ୍ନାକୁ ଆସିଛି ।

ସେହିପରି ନୟାଗଡର ହରିପୁର ଅଞ୍ଚଳରେ ନିର୍ବାଚନୀ ହିଂସା ଘଟଣା ସାମ୍ନାକୁ ଆସିଛି । ଏସବୁ ପ୍ରସଙ୍ଗରେ ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଏ । ତେବେ ଆସନ୍ତାକାଲି (ମଙ୍ଗଳବାର) ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯିବ । ଏ ସମସ୍ତ କଥା ଆୟୋଗଙ୍କ ପାଖରେ ଫେରାଦ ହେବା ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କମିଶନର ପ୍ରତିଶ୍ରୁତି ରଖିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.