ETV Bharat / city

ନିର୍ବାଚନୀ ହିଂସାକାଣ୍ଡକୁ ରୋକିବାକୁ ପଦକ୍ଷେପ ନିଅନ୍ତୁ ନିର୍ବାଚନ କମିଶନ: ବିଜେପି

author img

By

Published : Feb 17, 2022, 7:31 PM IST

ରାଜ୍ୟରେ ପଞ୍ଚାୟତ ନିର୍ବାଚନୀ ହିଂସା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ନିର୍ବାଚନ କମିଶନଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି ଦଳ । ଅଧିକ ପଢନ୍ତୁ

ନିର୍ବାଚନୀ ହିଂସାକାଣ୍ଡକୁ ରୋକିବାକୁ ପଦକ୍ଷେପ ନିଅନ୍ତୁ ନିର୍ବାଚନ କମିଶନ: ବିଜେପି
ନିର୍ବାଚନୀ ହିଂସାକାଣ୍ଡକୁ ରୋକିବାକୁ ପଦକ୍ଷେପ ନିଅନ୍ତୁ ନିର୍ବାଚନ କମିଶନ: ବିଜେପି

ଭୁବନେଶ୍ବର: ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି । ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ କମିଶନଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି ଦଳ । ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି । କମିଶନଙ୍କ ଦାୟିତ୍ୱ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଓ ଭୋଟ କେନ୍ଦ୍ରରେ ସରକାରୀ କଳକୁ ଅପବ୍ୟବହାର କରାଯାଇଥିବା ଅଭିଯୋଗ ଆଣିଛି ବିଜେପି ।

ନିର୍ବାଚନୀ ହିଂସାକାଣ୍ଡକୁ ରୋକିବାକୁ ପଦକ୍ଷେପ ନିଅନ୍ତୁ ନିର୍ବାଚନ କମିଶନ: ବିଜେପି

ସେହିପରି ପ୍ରିଜାଇଡ଼ିଂ ଅଫିସରମାନେ ଶାସକ ଦଳ କର୍ମୀ ଭଳି କାମ କରିଛନ୍ତି, ଏହାସହ ଭୋଟ ସରିବା ପରେ ଦିଆଯାଉଥିବା 11(A) ଫର୍ମ ଯାହା ମାଧ୍ୟମରେ କେତେ ବାଲଟ ପେପର ଇସୁ ହୋଇଛି, କେତେ ବ୍ୟବହାର ହେଲା , କେତେ ପୁରୁଷ ଓ କେତେ ମହିଳା ତାହାର ହିସାବ ରଖିବା ପାଇଁ ଆଇନ ଅଛି, କିନ୍ତୁ ରାଜ୍ୟରେ ପ୍ରାୟ 70ରୁ 80 ପ୍ରତିଶତ ସ୍ଥାନରେ କମିଶନଙ୍କ ନିର୍ଦ୍ଦେଶ ନାହିଁ କହି ଦିଆଗଲା ନାହିଁ । ଏହାକୁ ମଧ୍ୟ କମିଶନଙ୍କ ନଜରକୁ ଅଣାଯାଇଛି ବୋଲି କହିଛି ବିଜେପି ।

ଏହାସହ ନିର୍ବାଚନ ସମୟରେ ହୋଇଥିବା ବ୍ୟାପକ ହିଂସାକାଣ୍ଡର ତଥ୍ୟ ପ୍ରମାଣ ମଧ୍ୟ ନିର୍ବାଚନ କମିଶନଙ୍କୁ ଦେଇଛି ବିଜେପି । କମିଶନ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ନାଗରିକଙ୍କୁ ନିଶ୍ଚିତ କରିବା ଦରକାର । ହିଂସାକାଣ୍ଡକୁ କେମିତି ରୋକିବେ ସେ ନେଇ ପଦକ୍ଷେପ ନେବାକୁ ନିର୍ବାଚନ କମିଶନକୁ କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଷ୍ଟ୍ରଙ୍ଗ ରୁମ ଗୁଡ଼ିକ ପାଇଁ ଗାଇଡ଼ଲାଇନ ଆଜି ସୁଦ୍ଧା ଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ସମୀର । ଚାବି କାହା ପାଖରେ ରହିବ ଜଣାପଡ଼ିନାହିଁ । ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ପ୍ରଶାସନର ଦାୟିତ୍ୱ । ଯିଏ ବି ହିଂସାକାଣ୍ଡରେ ସମ୍ପୃକ୍ତ ତାଙ୍କୁ ଦଣ୍ଡ ମିଳୁ ବୋଲି ବିଜେପି ଦାବି କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.