ETV Bharat / city

ରାଜ୍ୟରେ ପ୍ରାସଙ୍ଗିକତା ହରାଇଛି ବିଜେପି: ବିଜେଡି

author img

By

Published : Apr 13, 2021, 6:36 PM IST

ବାରମ୍ବାର ଉପନିର୍ବାଚନ ହାରିହାରି ଥକି ପଡିଛି ବିଜେପି । ସେଥିପାଇଁ ବାରମ୍ବାର ମିଥ୍ୟା ଅଭିଯୋଗର ସାହାରା ନେଉଛି । ଏପରି କିଛି ଢଙ୍ଗରେ ବିଜେପି ବର୍ଷିଲା ବିଜେଡି । ଅଧିକ ପଢନ୍ତୁ.....

ରାଜ୍ୟରେ ପ୍ରାସଙ୍ଗିକତା ହରେଇଛି ବିଜେପି :ବିଜେଡି
ରାଜ୍ୟରେ ପ୍ରାସଙ୍ଗିକତା ହରେଇଛି ବିଜେପି :ବିଜେଡି

ଭୁବନେଶ୍ବର:ବାରମ୍ବାର ଉପନିର୍ବାଚନ ହାରିହାରି ଥକି ପଡିଛି ବିଜେପି । ରାଜ୍ୟରେ ପ୍ରାସଙ୍ଗିକତା ହରାଇଛି ଓ ଗଣମାଧ୍ୟମରେ ନିଜର ପ୍ରାସଙ୍ଗିକତା ବଜାୟ ରଖିବାକୁ ବାରମ୍ବାର ମିଛ ଅଭିଯୋଗ କରିବା ଜାରି ରିଖିଛି । ଏମିତି କଡା ଭାଷାରେ ବିଜେପିକୁ ସମାଲୋଚନା କରିଛି ବିଜେଡି । ଆଜି ବିଜେଡି ସାଂସଦ ତଥା ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ କରି ବିଜେପି ଉପରେ ବର୍ଷିଛନ୍ତି ।

ରାଜ୍ୟରେ ପ୍ରାସଙ୍ଗିକତା ହରେଇଛି ବିଜେପି :ବିଜେଡି

ପୂର୍ବାହ୍ନରେ ରାଜ୍ୟ ବିଜେପି ସଭାପତି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ 5 ଟି ପ୍ରଶ୍ନ ପଚାରିଥିଲେ । ଏହାର ଜବାବ ରଖିଛନ୍ତି ସସ୍ମିତ । ସସ୍ମିତ କହିଛନ୍ତି, ରାଜ୍ୟ ବିଜେପି ବର୍ତ୍ତମାନ ଉପନିର୍ବାଚନ ହାରାହାରି ହତାଶ ଏବଂ ନିରାଶ ହୋଇପଡିଛି । ତେଣୁ ଗଣମାଧ୍ୟମ ଜରିଆରେ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ କରି ଚାଲିଛି । ପୂର୍ବରୁ ମଧ୍ୟ ବିଜେପି ୨୦୧୪ ଏବଂ ୨୦୧୯ ନିର୍ବାଚନୀ ସମୟରେ ଏହିଭଳି ଆଚରଣ କରି ସାରିଛି । ଉକ୍ତ ସମୟରେ ବିଜେପି ମଧ୍ୟ ପୁଳା ପୁଳା ଅଭିଯୋଗ ନେଇ ସିଇଓ ଅଫିସକୁ ଦୌଡୁଥିଲା ଓ ପ୍ରେସମିଟ କରୁଥିଲା । ତେଣୁ ଏଥିରେ କିଛି ନୂତନତ୍ବ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି କଳାଟଙ୍କା ବାଣ୍ଟିବା ଏବଂ ହିଂସା କରିବା ଭଳି ଅପଚେଷ୍ଚା କରିଥାଏ ବିଜେପି । କିଛି ଦିନ ତଳେ ବିଜେପି ନେତାଙ୍କ ଠାରୁ 50 ଲକ୍ଷ ଟଙ୍କା ଜବତ ହେବା ତାହାର ଜ୍ୱଳନ୍ତ ଉଦାହରଣ । ବିଜେପି ରାଜ୍ୟରେ ପ୍ରାସଙ୍ଗିକତା ହରାଇ ସାରିଲାଣି । ନିଜର ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ଗଣମାଧ୍ୟମର ସାହାରା ନେଇ ସାମ୍ବାଦିକ ସମ୍ମିଳନୀ କରି ମିଥ୍ୟା ଆରୋପ କରୁଥିବା କହିଛନ୍ତି ସସ୍ମିତ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.