ETV Bharat / city

ବିଜେଡିକୁ ଜବାବ, ଦିଲ୍ଲୀରେ ବସ ନୁହେଁ, ପ୍ରଧାନ ସେବକ ଅଛନ୍ତି: ବିଜେପି

author img

By

Published : Sep 30, 2022, 10:45 PM IST

ଗତକାଲି ବିଜେଡି ଉଠାଇଥିବା ଓଡିଶାକୁ ଫୋକୋସ ଷ୍ଟେଟ ମାନ୍ୟତା ଦାବି ପ୍ରସଙ୍ଗରେ ମଧ୍ୟ ଗୋଲକ ବିଜେଡି ଉପରେ ବର୍ଷିଛନ୍ତି । କହିଛନ୍ତି ବର୍ତ୍ତମାନ ଔଷଧ ବିକଳରେ ତାଟିଆ କାମୁଡୁଛି ଶାସକ ଦଳ । ଅଧିକ ପଢନ୍ତୁ

ବିଜେଡିକୁ ଜବାବ, ଦିଲ୍ଲୀରେ ବସ ନୁହେଁ, ପ୍ରଧାନ ସେବକ ଅଛନ୍ତି: ବିଜେପି
ବିଜେଡିକୁ ଜବାବ, ଦିଲ୍ଲୀରେ ବସ ନୁହେଁ, ପ୍ରଧାନ ସେବକ ଅଛନ୍ତି: ବିଜେପି

ଭୁବନେଶ୍ବର: ଆସନ୍ତା 2024 ରେ ସରକାର ପରିବର୍ତ୍ତନ କରିବା ପାଇଁ 7ଟି ମୋର୍ଚ୍ଚାର ଜିଲ୍ଲା ପଦାଧିକାରୀ ମାନଙ୍କୁ ଶପଥ ଦିଆଯିବ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦବୋଧନ ଦେଇ ଡୁପ୍ଲିକେଟ୍ ସରକାର କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ତେଣୁ ଏହି ଡୁପ୍ଲିକେଟ ସରକାର ଯୁବକ, ମହିଳା, ଓବିସି, ଏସଟି, ଏସସି ଓ ସମାଜର ସବୁ ବର୍ଗ ପାଇଁ ଡୁପ୍ଲିକେଟ୍ ଚାବି ଭାବେ କାମ କରୁଛି । ଏସବୁ ପ୍ରସଙ୍ଗରେ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ଆଲୋଚନା ହେବ । ସମଗ୍ର ଦେଶରେ ଓବିସି ମାନଙ୍କୁ ସଂରକ୍ଷଣ ମିଳୁଥିବା ବେଳେ ଓଡିଶା ସରକାର ଦେଉନାହାନ୍ତି । ରାଜ୍ୟରେ ବେକାରୀ ସମସ୍ୟା ବଢ଼ି ଚାଲିଛି । ଯୁବକ ମାନଙ୍କୁ ସରକାର ରୋଜଗାରକ୍ଷମ କରିପାରିଲେ ନାହିଁ । ପ୍ରତ୍ୟେକ ମୁହୂର୍ତ୍ତରେ ମହିଳା ଓଡିଶାରେ ଅସୁରକ୍ଷିତ । ତେଣୁ ଯେଉଁ ସବୁ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ସେ ସବୁ ପ୍ରସଙ୍ଗରେ ନଡ୍ଡା ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେଇଛନ୍ତି । ସେହି ମନ୍ତ୍ରକୁ ନେଇ କାର୍ଯ୍ୟକର୍ତ୍ତା ମାନେ ଗ୍ରାଉଣ୍ଡକୁ ଯାଇ ପ୍ରଚାର କରିବେ । ଲୋକ ମାନଙ୍କୁ ସଚେତନ କରିବେ । 2024ରେ ବିଜେଡ଼ି ସରକାରକୁ ପରିବର୍ତ୍ତନ କରିବା ପାଇଁ 7ଟି ମୋର୍ଚ୍ଚାର ଜିଲ୍ଲା ପଦାଧିକାରୀ ମାନଙ୍କୁ ଶପଥ ଦିଆଯିବ । ଆଗାମୀ ନିର୍ବାଚନରେ ସମସ୍ତ ମୋର୍ଚ୍ଚା ପ୍ରମୁଖ ଭୂମିକା ନେବେ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲାକ ମହାପାତ୍ର କହିଛନ୍ତି ।

ବିଜେଡିକୁ ଜବାବ, ଦିଲ୍ଲୀରେ ବସ ନୁହେଁ, ପ୍ରଧାନ ସେବକ ଅଛନ୍ତି: ବିଜେପି

ସେହିପରି ଗତକାଲି ବିଜେଡି ଉଠାଇଥିବା ଓଡିଶାକୁ ଫୋକୋସ ଷ୍ଟେଟ ମାନ୍ୟତା ଦାବି ପ୍ରସଙ୍ଗରେ ମଧ୍ୟ ଗୋଲକ ବିଜେଡି ଉପରେ ବର୍ଷିଛନ୍ତି । କହିଛନ୍ତି ବର୍ତ୍ତମାନ ଔଷଧ ବିକଳରେ ତାଟିଆ କାମୁଡୁଛି ଶାସକ ଦଳ । 22 ବର୍ଷ ଶାସନ କଲେ, କିଏ ତାଙ୍କୁ ନିଜର ଦାବି ଉପସ୍ଥାପନ କରିବା ପାଇଁ ମନା କରିଥିଲା । କିନ୍ତୁ ମୋଦି ସରକାର ସମୟରେ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ଯେତିକି ମାଗି ନାହିଁ, ତାଠାରୁ ଯଥେଷ୍ଟ ଅଧିକ ଅନୁଦାନ ଓଡିଶାକୁ ମିଳିଛି । କାରଣ ଓଡିଶାର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବଦା ଲାଗି ରହିଛନ୍ତି । କେତେ ଅଧିକ ଅନୁଦାନ ଆସିପାରିବ, କେତେ ଅଧିକ ପ୍ରକଳ୍ପ ଆସିପାରିବ । କିନ୍ତୁ ଓଡିଶାରେ ଥିବା ଅପାରଗ ସରକାର କାରଣରୁ କୋଷ୍ଟାଲ ହାଇୱେ ହୋଇପାରୁନାହିଁ । ତାହାର ଉତ୍ତର ଦେବେ କି ? ଓଡିଶା ସରକାର କ୍ଲିୟରାନ୍ସ ଦେଉନଥିବାରୁ ଖୋର୍ଦ୍ଧା- ବଲାଙ୍ଗୀର ରେଳ ପଥ ଶେଷ ହୋଇପାରୁନି । ଜାତୀୟ ରାଜପଥ ସଂପ୍ରସାରଣ ହୋଇପାରୁନାହିଁ । ମନରେଗାରେ ଆସୁଥିବା ପଇସାରେ ମେସିନରେ କାମ ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟାନଯିବା ସହ 1000 କୋଟିର ଦୁର୍ନୀତି ହୋଇଛି । ଏ ସବୁର ଉତ୍ତର ନଦେବା ପାଇଁ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ଗୋଲକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.