ETV Bharat / city

ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ବାରମ୍ବାର ଅନୁଦାନ ମାଗିବା ହାସ୍ୟାସ୍ପଦ: ଲେଖାଶ୍ରୀ

author img

By

Published : Nov 6, 2021, 2:07 PM IST

ପୁଣି କେନ୍ଦ୍ରକୁ ଆର୍ଥିକ ଅନୁଦାନ ମାଗିଲେ ମୁଖ୍ୟମନ୍ତ୍ରୀ । ଅନୁଦାନର ସଠିକ୍ ବ୍ୟବହାର କରିନପାରି ବାରମ୍ବାର କେନ୍ଦ୍ରକୁ ଟଙ୍କା ମାଗିବା ହାସ୍ୟାସ୍ପଦ କହିଲା ବିଜେପି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ବାରମ୍ବାର ଅନୁଦାନ ମାଗିବା ହାସ୍ୟାସ୍ପଦ: ଲେଖାଶ୍ରୀ
ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ବାରମ୍ବାର ଅନୁଦାନ ମାଗିବା ହାସ୍ୟାସ୍ପଦ: ଲେଖାଶ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆର୍ଥିକ ସହାୟତା ମାଗିବାକୁ ନେଇ କଟାକ୍ଷ କଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । ମୁଖ୍ୟମନ୍ତ୍ରୀ କେନ୍ଦ୍ର ଟଙ୍କାକୁ ଠିକ୍ ଭାବେ ବ୍ୟବହାର କରିନପାରି ବାରମ୍ବାର ଟଙ୍କା ମାଗିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ବାରମ୍ବାର ଅନୁଦାନ ମାଗିବା ହାସ୍ୟାସ୍ପଦ: ଲେଖାଶ୍ରୀ

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି MNREGA ରେ ୧ ହଜାର ୭୮ କୋଟି ବକେୟା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି । ଏଥିସହ ପ୍ରବାସୀ ଶ୍ରମିକ କୋରୋନାରେ ରାଜ୍ୟକୁ ଫେରି ଆଉ ଫେରି ନ ଥିବାରୁ ଶ୍ରମ ଦିବସରେ ଦିଆଯାଉଥିବା ଅନୁଦାନକୁ 14କୋଟିରୁ 25 କୋଟି ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଏହାର ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦିକା ସାମନ୍ତ ସିଂହାର । ମୁଖ୍ୟମନ୍ତ୍ରୀ ମାଗିଥିବା ଟଙ୍କା କେନ୍ଦ୍ର ଦେଇ ସାରିଛନ୍ତି । ଚଳିତ ବର୍ଷ କେନ୍ଦ୍ର ସରକାର ରାଜ୍ୟକୁ ୩ ହଜାର ୫୭୮ କୋଟି ଦେଇ ସାରିଲେଣି । ୩ ଦିନ ତଳେ ମଧ୍ୟ ୮୭୫ କୋଟି ଟଙ୍କା ଦେଇଛନ୍ତି । ଏହାର ଅର୍ଥ ମୁଖ୍ୟମନ୍ତ୍ରୀ ଯାହା ମାଗିଛନ୍ତି କେନ୍ଦ୍ର ତାହା ପୂରଣ କରିସାରିଲାଣି । ଅର୍ଥରାଶି ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ପୁଣି କେନ୍ଦ୍ରକୁ ଅନୁଦାନ ମାଗିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ।

ଏଥିସହ ଲେଖାଶ୍ରୀ ଅଭିଯୋଗ କରିଛନ୍ତି ଯେ, 'ରାଜ୍ୟରେ ମନରେଗା ଯୋଜନାରେ ମହାଦୁର୍ନୀତି ହେଉଛି, ଏହା ସମସ୍ତେ ଜାଣିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଠିକରେ ଅଡିଟ୍ ରିପୋର୍ଟ ଦେଉନାହାନ୍ତି । ହିତାଧିକାରୀଙ୍କ ନାମରେ ଭୂତ ଟଙ୍କା ଉଠାଉଛନ୍ତି । ଯେଉଁମାନେ ମନରେଗାରେ ଦୁର୍ନୀତି କରିଛନ୍ତି ସେମାନଙ୍କ ଠାରୁ ମଧ୍ୟ ଅର୍ଥ ଫେରସ୍ତ ଆଣୁ ନାହାନ୍ତି । ଏହାର ଅର୍ଥ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଟଙ୍କାରେ ତାଙ୍କ ଦଳୀୟ ନେତାଙ୍କୁ ପୋଷୁଛନ୍ତି ।'

ତେବେ ସବୁ ଟଙ୍କା ପାଇ ସାରିବା ପରେ କେନ୍ଦ୍ରକୁ ଚିଠି ଲେଖି ପୁଣି ଟଙ୍କା ମାଗିବା ଦୁର୍ଭାଗ୍ୟଜନକ ବୋଲି ଲେଖାଶ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.